
ସମ୍ବଲପୁର, ୨୧ ଜୁଲାଇ (ହି.ସ.)- ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଓ ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କ ଅନୁମୋଦନ କ୍ରମେ ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ସଭାପତି ଇଂ. ପ୍ରଭୁଦତ୍ତ ପଣ୍ଡା ଆଜି ତାଙ୍କର ଜିଲ୍ଲା ଟିମ୍ ର ସମସ୍ତ ପଦ ଓ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ବିଜେପି ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ପ୍ରଦତ୍ତ ସୂଚନା ମୁତାବକ, ଜିଲ୍ଲା ଉପସଭାପତି ଭାବରେ ଅଭିଷେକ ମିଶ୍ର, କଞ୍ଚାନ ଲୁହା, ସୁବାସ ନାଏକ, ଶ୍ରୀଲୋଚନ କଠାର, ଉଦୟ ପ୍ରତାପ ସିଂଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ଚନ୍ଦ୍ରଶେଖର ପାତ୍ର ଓ ରୋଶନ ରାଜକୁମାର ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ସମ୍ପାଦକ ଭାବରେ ଅର୍ପଣ କୁମାର ଦାଶ ନାୟକ, ଧିରୁ ଧନୱାର, ଲୋରିନା ପଟେଲ, ନୀତିଶ ଅଗ୍ରୱାଲ, ଅପ୍ପୁ ପ୍ରଧାନ, ଅଜିତ କୁମାର ବୁଡାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ପ୍ରିୟାନଶୁ ଅଗ୍ରୱାଲ ଙ୍କୁ ଜିଲ୍ଲା କୋଷଧକ୍ଷ ଦାୟିତ୍ୱ ଦିଆଯାଇଛି । ସେହିପରି ଯୁବ ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ହିମାଂଶୁ ବାଗ, ଜୟନ୍ତ ମହାପାତ୍ର, ସୌମ୍ୟ ରଞ୍ଜନ ବଡ଼ପଣ୍ଡା, ପ୍ରତାପ ତ୍ରିପାଠୀ, ଅମିତ ପ୍ରତାପ ସିଂ, ଓଁପ୍ରକାଶ ପ୍ରଧାନ, ବିବେକ ରାଏ, ପ୍ରଦୀପ ସେଠି, ରୋଚିସ ଦେ, ସୌଗନ ବିଶ୍ୱାଳ, ଶାନ୍ତନୁ ରୋହିଦାସ, ପପୁନ ମୁଦୁଲି, ସୁଭମ ନାଏକ, ରଞ୍ଜନ ବିଶ୍ୱାଳ, କୃତିକା ଲୁହା, ଦଶରଥ ମେହେର, ବିକୁ ନାଏକ, ରୋହିତ ପ୍ରଧାନ, ସ୍ୱାଗତ ବିଶ୍ୱାଳ, ବିରେନ୍ଦ୍ର ମୁଣ୍ଡା, ରିକୁ ପଟେଲ, ଅଜିତ କୁମାର ସାହୁ, ଗୋବିନ୍ଦ ଗଣ୍ଡ, ରାଜେଶ ଗରଡ଼ିଆ, ଶାନ୍ତନୁ କୁମାର ଦାନୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।
ଏହା ସହିତ ବିଭିନ୍ନ ପ୍ରକୋଷ୍ଠର ସଂଯୋଜକ ଓ ସହ ସଂଯୋଜକଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ସମସ୍ତ ପ୍ରକୋଷ୍ଠର ଭାରପ୍ରାପ୍ତ ଅଧିକାରୀ ଭାବେ ଅଭିନବ ପ୍ରଣିଗ୍ରାହୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଆଇନ ପ୍ରକୋଷ୍ଠର ସଂଯୋଜକ ଭାବେ ସ୍ୱାଗତ ଘଡେଇ ଏବଂ ସହ ସଂଯୋଜକ ଭାବେ ପ୍ରତୀକ ମହାପାତ୍ର ଓ ସ୍ୱାଗତ ପାଢୀ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରକୋଷ୍ଠର ସଂଯୋଜକ ଭାବରେ ସଂଳାପ ମହାପାତ୍ର ଓ ସହ ସଂଯୋଜକ ଭାବେ ରୌନକ ସାହୁ, ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବରେ ସୌମ୍ୟ ରଞ୍ଜନ ସାସନୀ ଓ ସହ ସଂଯୋଜକ ଭାବେ ସୋମ ପ୍ରକାଶ ମେହେର, ଗଣମଧ୍ୟାମ ସଂଯୋଜକ ଭାବରେ ଆୟୁଷ୍ମାନ ଦାଶ ଓ ସହ ସଂଯୋଜକ ଭାବରେ ଦୀପକ କୁମାର ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ସ୍ୱଚ୍ଛ ଭାରତ ଅଭିଯାନ ଜିଲ୍ଲା ସଂଯୋଜକ ଭାବେ ସୁମନ୍ତ କୋକ୍, ସାଂସ୍କୃତିକ ସଂଯୋଜକ ଭାବେ ଧୀରଜ କରାଳୀ, ଆରଟିଆଇ ସଂଯୋଜକ ଭାବେ ବିନାୟକ ରାମ, ମନ କି ବାତ ସଂଯୋଜକ ଭାବେ ରିଙ୍କୁଲାଲ ପ୍ରଧାନ, ରକ୍ତଦାନ ସଂଯୋଜକ ଭାବେ ଆଦିତ୍ୟ ପୁରୋହିତ, ବେଟି ବଚାଓ ବେଟି ପଢାଓ ସଂଯୋଜିକା ଭାବେ ତପସ୍ୱିନୀ ସାହୁ, ଖେଲୋ ଇଣ୍ଡିଆ ସଂଯୋଜକ ଭାବେ ମନୋଜ ଷଣ୍ଢ, ବୃକ୍ଷରୋପଣ ଓ କୃଷି ଉଦ୍ୟମିତା ସଂଯୋଜକ ଭାବେ ମଲୟ ଦେହୁରୀ, ଯୁବ କ୍ଲବ ଆଉଟ୍ରିଚ୍ ଓ ଜନସମ୍ପର୍କ ସଂଯୋଜକ ଭାବେ ଦୀପକ କୁମ୍ଭାର ଓ କ୍ରୀଡ଼ା ସଂଯୋଜକ ଭାବେ ରାଜା ଜୟପୁରିଆ ଙ୍କୁ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି । ଜିଲ୍ଲା ସଂଗଠନକୁ ଅଧିକ ସୁଦୃଢ଼ କରିବା, ସାଙ୍ଗଠନିକ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ ଯୁବମାନଙ୍କୁ ସଂଗଠନ ସହ ଯୋଡ଼ିବା ଲକ୍ଷ୍ୟରେ ଏହି ନୂତନ କାର୍ଯ୍ୟକାରିଣୀ ଗଠନ କରାଯାଇଛି ।
ନୂତନ ପଦାଧିକାରୀମାନେ ସଂଗଠନର ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ମଧ୍ୟରେ ପହଞ୍ଚାଇବା ସହ ଜିଲ୍ଲାରେ ଯୁବ ମୋର୍ଚ୍ଚାକୁ ଆହୁରି ସକ୍ରିୟ କରିବା ପାଇଁ କାମ କରନ୍ତୁ ବୋଲି ବିଜେପି ରାଜ୍ୟ ପ୍ରବକ୍ତା ତଥା ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ମାନସ ରଞ୍ଜନ ବକ୍ସି ଆହ୍ୱାନ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ