ଶ୍ରୀମନ୍ଦିର ଗର୍ଭଗୃହରେ ବନକଲାଗି ସମୟରେ ପ୍ରଶାସନିକ ଅଧିକାରୀଙ୍କ ପ୍ରବେଶ ବିରୋଧରେ ଅଭିଯୋଗ
ପୁରୀ, ୨୧ ଜୁଲାଇ (ହି.ସ.)- ଚଳିତ ମାସ ୧୫ ତାରିଖ ଦିନ ଶ୍ରୀମନ୍ଦିର ଗର୍ଭଗୃହରେ ବନକଲାଗି ସମୟରେ ଶ୍ରୀମନ୍ଦିରର ନୀତି ପ୍ରଶାସକ ପ୍ରିୟରଞ୍ଜନ ପୃଷ୍ଟି ଓ କମାଣ୍ଡର ସୁଧାଂଶୁ ପଟ୍ଟନାୟକ ପଦ ଓ କ୍ଷମତାର ଅପବ୍ୟବହାର କରି ମହାପ୍ରଭୁଙ୍କ ଗୁପ୍ତ ନୀତିରେ ପ୍ରବେଶ କରିବା ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ, ଆଇନମ
ଶ୍ରୀମନ୍ଦିର ଗର୍ଭଗୃହରେ ବନକଲାଗି ସମୟରେ ପ୍ରଶାସନିକ ଅଧିକାରୀଙ୍କ ପ୍ରବେଶ ବିରୋଧରେ ଅଭିଯୋଗ


ପୁରୀ, ୨୧ ଜୁଲାଇ (ହି.ସ.)- ଚଳିତ ମାସ ୧୫ ତାରିଖ ଦିନ ଶ୍ରୀମନ୍ଦିର ଗର୍ଭଗୃହରେ ବନକଲାଗି ସମୟରେ ଶ୍ରୀମନ୍ଦିରର ନୀତି ପ୍ରଶାସକ ପ୍ରିୟରଞ୍ଜନ ପୃଷ୍ଟି ଓ କମାଣ୍ଡର ସୁଧାଂଶୁ ପଟ୍ଟନାୟକ ପଦ ଓ କ୍ଷମତାର ଅପବ୍ୟବହାର କରି ମହାପ୍ରଭୁଙ୍କ ଗୁପ୍ତ ନୀତିରେ ପ୍ରବେଶ କରିବା ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଶ୍ରୀମନ୍ଦିର ପ୍ରଶାସକ ଓ ସିଂହଦ୍ୱାର ଥାନାରେ ରଶ୍ମିରଞ୍ଜନ ଦତ୍ତ ମହାପାତ୍ର ଅଭିଯୋଗ କରିଛନ୍ତି । ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ମହାପ୍ରଭୁଙ୍କ ବନକଲାଗି ଗୁପ୍ତ ସେବା ଚାଲିଥିବା ବେଳେ ଯୋର ଜବରଦସ୍ତି ଦୁଇ ପ୍ରଶାସନିକ ଅଧିକାରୀ ପ୍ରବେଶ କରିଥିଲେ । ରଶ୍ମିରଞ୍ଜନ ଏହାକୁ ବିରୋଧ କରିବାରୁ ପୂର୍ବତନ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ସକାଳ ୮ଟାରେ କମାଣ୍ଡର ସୁଧାଂଶୁ ପଟ୍ଟନାୟକ ନୀତି ପ୍ରଶାସକ ପ୍ରିୟରଞ୍ଜନ ପୃଷ୍ଟି କିଛି କର୍ମଚାରୀ ଓ ସେବାୟତ ପ୍ରବେଶ କରି ମାଡ ମାରିଥିଲେ । ସେମାନେ ମଧ୍ୟ ରଶ୍ମିରଞ୍ଜନକୁ ସିଂହଦ୍ୱାର ଥାନାକୁ ନେଇ ଯାଇଥିଲେ । ରଶ୍ମିରଞ୍ଜନକୁ ସେବାରୁ ନିଲମ୍ବନ କରିଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁଯାଇ ବନକଲାଗି ବିଦ୍ଧିବ୍ଯବସ୍ଥା ଭାରତୀୟ ଦଣ୍ଡ ବିଧି ସଂହିତା, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଆଇନ ଅନୁଯାଇ ନିରପେକ୍ଷ ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ନେବା ପାଇଁ ରଶ୍ମିରଞ୍ଜନ ଅଭିଯୋଗ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande