
ଜୟପୁର , 21 ଜୁଲାଇ (ହି.ସ.) କୋରାପୁଟ ଜିଲା ସମେତ ଜୟପୁର ସହର ରେ ଚୋରା ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ଏହାର ପ୍ରଭାବରେ ନାବାଳକ ଓ ଯୁବକମାନେ ନିଶାଗ୍ରସ୍ତ ହୋଇ ଅପରାଧ ମୂହାଁ ହେଉଥିବା ନେଇ ବୁଦ୍ଧିଜୀବୀ ଓ ସହରବାସୀ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ।
ଅଭିଯୋଗ ଅନୁଯାୟୀ, କୋରପୁଟ ଜିଲାର ଜୟପୁର , କୋରାପୁଟ, ସେମିଳିଗୁଡା, କୁନ୍ଦୁରା, ବୈପାରିଗୁଡା, କୋଟପାଡ, ନନ୍ଦପୁର, ପାଡୁଆ, ଲକ୍ଷ୍ମୀପୁର ସହରର ବିଭିନ୍ନ ଚୋରା ଦେଶୀ ଓ ବିଦେଶୀ, ନକଲି ବିଦେଶୀ ମଦ, ଗଞ୍ଜେଇ, କଫ ସିରପ, ନିଶା ଇଞ୍ଜକସନ୍ ଖୋଲାଖୋଲି ବିକ୍ରି ହେଉଛି ।ଫଳରେ ଅନେକ ନାବାଳକ ଓ ଯୁବପିଢ଼ି ଏହି ନିଶା ଜାଲରେ ଫସି ଅପରାଧ ପଥକୁ ଆପଣାଉ ଥିବା ଦେଖାଯାଉଛି । ବିଭିନ୍ନ ଯାନୀ ଯାତ୍ର ସମୟରେ ନିଶାଗ୍ରସ୍ତ ହୋଇ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ଝଗଡ଼ା ପରବର୍ତ୍ତୀ ସମୟରେ ଛୁରାମାଡ଼ ଭଳି ଘଟଣା ଦେଖିବାକୁ ମିଳିଥାଏ । ଏହି ପରି ସ୍ଥିତି କୁ ଅନୁମାନ କଲେ ନାବାଳକ ମାନେ ପଥଭ୍ରଷ୍ଟ ହେବା ଲକ୍ଷ୍ୟ କରାଯାଇଛି । ସହରର ବିଭିନ୍ନ ରାସ୍ତା କଡରେ, ଛକ, ବଜାର, ଯେଉଁଠି କୁ ବି ଦେଖ ଖୁଲୁମ ଖୁଲା ଭାବେ ଯୁବ ପିଢ଼ି ସହ ନାବାଳକ ମଧ୍ୟ ନିଶା କାରବର ରେ ମାତାଲ ହେଉଥିବା ଦେଖିବାକୁ ମିଳୁଛି । ବିଶେଷକରି ଗଞ୍ଜାଇ ସେବନ କରୁଥିବା ଯୁବକଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସ୍ଥାନୀୟ ଯୁବକ ମାତାଲ ହୋଇ ବୁଲୁଥିବା ଦେଖାଯାଉଛି । ଜୟପୁର ଟାଉନ ପୋଲିସ ନିଶା କାରବାରର ପ୍ରଦାଫସ କରି ଗତ ଦିନରେ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲ । ସହରର ଅନେକ ସ୍ଥାନରେ ଯୁବ ଗୋଷ୍ଠୀ ନିଶା ସେବନ କରି ମାତାଲ ହେଉ ଥିବା ଯୋଗୁଁ ଦୈନ ଦିନ ଚୋରି ବଢୁଥିବା ଅଭିଯୋଗ ହୋଇଛିି । ବିଶେଷ କରି ଜୟପୁର ସହର ନିକଟରେ ବିଭିନ୍ନ ଚୋରା ବିଦେଶୀ ମଦ କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି ।
ଏହାର ପ୍ରଭାବରେ ଅନେକ ଶ୍ରମିକଙ୍କ ପରିବାର ଆର୍ôଥକ ଓ ସାମାଜିକ ସଙ୍କଟରେ ପଡ଼ୁଥିବା କୁହାଯାଉଛି । ମଦ ଚଢାଉରେ ପୋଲିସର କ୍ଷମତା କମି ଯାଇଥିବାରୁ ପୋଲିସ ଆଉ ଚୋରା ମଦ ଉପରେ ଚଢ଼ଉ କରୁ ନାହିଁ । ଅବକାରୀ ବିଭାଗ ପକ୍ଷରୁ ଚଡ଼ଉ ଧର୍ମକୁ ଆଖିଠାର ସଦୃଶ୍ୟ ଫଳରେ ଚୋରା ନିଶା କାରବାର ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ଏହାର ପ୍ରଭାବରେ ଚୋରି,ମାର଼ପିଟ, ହତ୍ୟା, ହତ୍ୟା ଉଦ୍ୟମ ,ଘରୋଇ ହିଂସା, ଗୋଷ୍ଠୀ ବିବାଦ, ରାହାଜାନି ଏବଂ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହେଉଛି । ବିଶେଷକରି ମହିଳା ମାନେନିଜର ବିଭିନ୍ନ କାମ ପାଇଁ ରାତିରେ ଯାତାୟାତ କରିବା ନେଇ ଅସୁରକ୍ଷିତ ମନେ କରୁଛନ୍ତି । ତେଣୁ ଜିଲା ପ୍ରଶାସନ ହସ୍ତକ୍ଷେପ କରି ମଦ କାରବାର ବନ୍ଦ କରିବାକୁ ସାଧାରଣରେ ଦାବୀ ହୋଇଛି । କୋରାପୁଟ ଜିଲା କୁନ୍ଦୁରା ବ୍କକରେ ମହିଳା ମାନେ ଜୟପୁର ବ୍ଲକର କୁମ୍ଭାରପୁଟ ମହିଳା ମାନେ ଦେଶି ମଦ ଓ ବିହାରି ମଦ ବନ୍ଦ କରିବାକୁ ପ୍ରଶାସନଦର ଦ୍ବାରସ୍ଥ ହୋଇଥିଲେ । ପୁରୁଷ ମାନେ ମଦଯ ପାନ କରି ମହିଳା ମାନଙ୍କ ଉପରେ ଆକ୍ରମଣ କରି ମାରପଟ କରୁଛନ୍ତି । ବହୁ ପୁରଷ ମାନେ ରୋଗ ଗ୍ରସ୍ତ ହେଲେଣି ଏନେଇ ପ୍ରଶାାସନର ଦ୍ବାରସ୍ଥ ହୋଇ ଦାବି ପତ୍ର ପ୍ରଦାନ କରି ମଦ ବନ୍ଦ କରିବାକୁ ଦାବି କରିଥିଲେ । କୋରାପୁଟ ଜିଲା ଏକ ଆଦିବାସୀ ଅଧୁଷିତ ଜିଲା ହୋଇଥିବା ବେଳେ ଏହାକୁ ବନ୍ଦ କରିବାକୁ ଦାବି ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି