ରାଜ୍ୟରେ ସାର ସଙ୍କଟ ନେଇ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
ଭୁବନେଶ୍ୱର,୨୧ ଜୁଲାଇ (ହି.ସ)- ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବାରୁ ରୁଆ ବେଉଷଣ କାର୍ଯ୍ୟର ଅଗ୍ରଗତି ପାଇଁ ଚାଷୀ ପାଗ ଭିଡିଥିବା ବେଳେ ସରକାର ସାର ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ଅସମର୍ଥତାକୁ କଂଗ୍ରେସ ସମାଲୋଚନା କରିଛି। କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧ
cong


ଭୁବନେଶ୍ୱର,୨୧ ଜୁଲାଇ (ହି.ସ)- ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବାରୁ ରୁଆ ବେଉଷଣ କାର୍ଯ୍ୟର ଅଗ୍ରଗତି ପାଇଁ ଚାଷୀ ପାଗ ଭିଡିଥିବା ବେଳେ ସରକାର ସାର ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ଅସମର୍ଥତାକୁ କଂଗ୍ରେସ ସମାଲୋଚନା କରିଛି। କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ଓପିସିସି ସଂଗଠନ ପ୍ରଭାରୀ ସନ୍ତୋଷ ସିଂ ସାଲୁଜା, ଓପିସିସି କିଷାନ ବିଭାଗ ଅଧ୍ୟକ୍ଷ ଅଭୟ ସାହୁ, ଓପିସିସି ସମବାୟ ପ୍ରକୋଷ୍ଠର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ସରକାରଙ୍କୁ ଦାୟୀ କରିଛନ୍ତି । ଅଧିକ ଫସଲ ଅମଳ ପାଇଁ ସାରର ଯଥେଷ୍ଟ ଆବଶ୍ୟକତା ରହିଥିବା ବେଳେ ଠିକଣା ସମୟରେ ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ଯୋଗାଇଦେବାରେ ଏହି ସରକାର ସମ୍ପୂର୍ଣ୍ଣ ଅସମର୍ଥ । ପ୍ରତିଶ୍ରୁତି ମୁତାବକ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପ୍ରତି ୩୧ଶହ ଟଙ୍କା ଦେବା ସରକାରଙ୍କ ପକ୍ଷେ ସମ୍ଭବ ହେଉନାହିଁ । ତେଣୁ ଚତୁରତାର ସହିତ ସାର ଯୋଗାଣରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ସରକାର ନିଷ୍ପି ି କରିଥିଲେ ମାର୍କଫେଡ ତରଫରୁ ସବୁ ସୋସାଇଟି ଜରିଆରେ ଚାଷୀଙ୍କୁ ୬୦ ପ୍ରତିଶତ ସାର ଯୋଗାଇ ଦିଆଯିବ । କିନ୍ତୁ ଏବେ ଫଳ ଓଲଟା । ବହୁ ସୋସାଇଟରେ ତାଲା ଝୁଲୁଛି । ଆଧାର କାର୍ଡ ସହିତ ବିଧିବଧ ପ୍ରମାଣପତ୍ର ନ ଦେଖାଇଲେ ଚାଷୀ ସାର ପାଉନାହିଁ । ସମବାୟ ମନ୍ତ୍ରୀ ଚାଷୀଙ୍କ ବାସ୍ତବ ସମସ୍ୟାକୁ ଗମ୍ଭୀରତା ସହିତ ବିଚାରକୁ ନେଇ ଚାଷୀ କିପରି ଆବଶ୍ୟକ ମୁତାବକ ସାର ନିର୍ଦ୍ଧାରିତ ସମୟ ଓ ନିର୍ଦ୍ଧାରିତ ମୂଲ୍ୟରେ ପାଇ ପାରିବେ ସେ ଦିଗରେ ଉଦ୍ୟମ କରନ୍ତୁ ବୋଲି କଂଗ୍ରେସ ନେତୃବୃନ୍ଦ ଦାବୀ କରିଛନ୍ତି । ଯଦି ସରକାର ଅବିଳମ୍ବେ ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ଠିକଣା ସମୟରେ ଚାଷୀଙ୍କୁ ସାର ଯୋଗାଇ ପାରିବେ ନାହିଁ କଂଗ୍ରେସ ଦଳ ତରଫରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ଚାଷୀ ଆନ୍ଦୋଳନ ପ୍ରତି ପଞ୍ଚାତୟସ୍ତରରେ ଦୁର୍ବାର କରାଯିବ ବୋଲି ସମ୍ମିଳନୀରେ କଂଗ୍ରେସ ନେତୃବୃନ୍ଦ ଉଭୟ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande