କଟକ ଏସସିବି ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୧ ଜୁଲାଇ (ହି.ସ)- ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଙ୍ଗଳବାର ଦିନ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିବା ସହ ସେଠାରେ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ହସ୍ପିଟାଲର ଭିତିଭୂମିର ସୁଦୃଢ଼ୀକରଣ, ହସ୍ପ
scb


ଭୁବନେଶ୍ୱର, ୨୧ ଜୁଲାଇ (ହି.ସ)- ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଙ୍ଗଳବାର ଦିନ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିବା ସହ ସେଠାରେ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ହସ୍ପିଟାଲର ଭିତିଭୂମିର ସୁଦୃଢ଼ୀକରଣ, ହସ୍ପିଟାଲ ପରିସରରେ ଅଗ୍ନି ନିରାପତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରସାରଣ ତଥା ପୁନଃବିକାଶ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଥିଲେ।

ଏହି ପରିଦର୍ଶନ କାଳରେ ସେ ଏସ୍ସିବିର ନୂତନ ବିଲ୍ଡିଂର ସିଏନ୧ ଏବଂ ସିଏନ୪ ନିର୍ମାଣ ସ୍ଥଳ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ଏହା ସହିତ ପିଜି ହଷ୍ଟେଲ, ରେସିଡେଂଟ ହଷ୍ଟେଲ ଏବଂ ସହକାରୀ ପ୍ରଫେସରମାନଙ୍କ ବାସଭବନ ପରିଦର୍ଶନ କରି ସେଠାକାର ସୁବିଧା ଅସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ହସ୍ପିଟାଲ ପରିସରରେ ନିର୍ମାଣଧୀନ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ସହ ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନ ବଜାୟ ରଖିବା ଏବଂ ଡାକ୍ତର ତଥା ଛାତ୍ରଛାତ୍ରୀମାନଙ୍କ ରହିବା ପାଇଁ ଉତମ ପରିବେଶ ସୃଷ୍ଟି କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ସେଠୀ, ଚୌଦ୍ୱାର ବିଧାୟକ ଶ୍ରୀ ଶୌଭିକ ବିଶ୍ୱାଳ, ସ୍ୱାସ୍ଥ୍ୟ ସଚିବ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande