ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ୯ ଜଣ ରେଳ କର୍ମଚାରୀ ସୁରକ୍ଷା ପୁରସ୍କାରରେ ସମ୍ମାନିତ
ଭୁବନେଶ୍ୱର,୨୧ ଜୁଲାଇ (ହି.ସ)- ସୁରକ୍ଷିତ ଏବଂ ସୁଚାରୁ ରେଳ ଚଳାଚଳ ସୁନିଶ୍ଚିତ କରିବା ଦିଗରେ ନିଜର ନିଷ୍ଠା, ସତର୍କତା ଏବଂ ଉଲ୍ଲେଖନୀୟ ଯୋଗଦାନ ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନର ୯ ଜଣ ରେଳ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାରରେ ସମ୍ମାନିତ କରାଯାଇଛି। ଖୋର୍ଦ୍ଧା ରୋଡ୍ର ମଣ୍ଡଳ ରେଳ ପ୍ରବନ୍ଧକ ଡି. ସ
fghgyui


ଭୁବନେଶ୍ୱର,୨୧ ଜୁଲାଇ (ହି.ସ)- ସୁରକ୍ଷିତ ଏବଂ ସୁଚାରୁ ରେଳ ଚଳାଚଳ ସୁନିଶ୍ଚିତ କରିବା ଦିଗରେ ନିଜର ନିଷ୍ଠା, ସତର୍କତା ଏବଂ ଉଲ୍ଲେଖନୀୟ ଯୋଗଦାନ ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନର ୯ ଜଣ ରେଳ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାରରେ ସମ୍ମାନିତ କରାଯାଇଛି। ଖୋର୍ଦ୍ଧା ରୋଡ୍ର ମଣ୍ଡଳ ରେଳ ପ୍ରବନ୍ଧକ ଡି. ସୁନୀଲ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ମଣ୍ଡଳ ରେଳ ପ୍ରବନ୍ଧକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମାରୋହରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ପି. କେ. ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତିଭୂମି) ରାଜଧାରୀ ଯାଦବ ଏବଂ ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ନମୋନାରାୟଣ ମୀନା ଉପସ୍ଥିତ ଥିଲେ। ସମ୍ମାନିତ କର୍ମଚାରୀମାନେ ହେଲେ- ବିରେନ୍ଦ୍ର କୁମାର ପଣ୍ଡିତ, ମନୀଷ କୁମାର ସିଂହ, ଦୀପକ କୁମାର ବାରିକ, ଡି. କର୍ମକାର, ମହେଶ୍ୱର ପରିଡ଼ା,ଅଶ୍ୱିନୀ କୁମାର ସିଂହ, ସୁମିତ କୁମାର ଶର୍ମା, ଦିବାକର କୁମାର ସିଂହ ଏବଂ ସଂଗ୍ରାମ କୁମାର ବେହେର।

ଏହି ଅବସରରେ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ ପୁରସ୍କୃତ କର୍ମଚାରୀମାନଙ୍କର କର୍ତବ୍ୟପରାୟଣତା, ନିଷ୍ଠା, ସତର୍କତା ଏବଂ ତୁରନ୍ତ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ । ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ଏବଂ ସୁରକ୍ଷିତ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବାରେ ସେମାନଙ୍କର ସମୟୋପଯୋଗୀ ପଦକ୍ଷେପକୁ ସେ ସାଧୁବାଦ ଜଣାଇଥିଲେ। ଏଥିସହ ନିଜ ନିଜର କର୍ତବ୍ୟ ସମ୍ପାଦନ ସମୟରେ ସମସ୍ତ ରେଳ କର୍ମଚାରୀଙ୍କୁ ସତର୍କ, ଜାଗ୍ରତ ଏବଂ ପ୍ରତିବଦ୍ଧ ରହିବାକୁ ସେ ଆହ୍ୱାନ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande