ମୋରଡ଼ା ରାଘବପୁର ଗ୍ରାମରେ ନୂତନ ସଭା ଗୃହ ପାଇଁ ଭିତି ପ୍ରସ୍ତର ସ୍ଥାପନ
ଭୁବନେଶ୍ୱର, ୨୧ ଜୁଲାଇ (ହି.ସ)- ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ମାଧ୍ୟମରେ ମୋରଡ଼ା ନିର୍ବାଚନ ମଣ୍ଡଳୀ ରାସଗୋବିନ୍ଦପୁର ବ୍ଲକ୍ ଅନ୍ତର୍ଗତ ରାଘବପୁର ପଂଚାୟତର ରାଘବପୁର ଗ୍ରାମରେ ନୂତନ ସଭା ଗୃହ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ ହୋଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍
ghko;;


ଭୁବନେଶ୍ୱର, ୨୧ ଜୁଲାଇ (ହି.ସ)- ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ମାଧ୍ୟମରେ ମୋରଡ଼ା ନିର୍ବାଚନ ମଣ୍ଡଳୀ ରାସଗୋବିନ୍ଦପୁର ବ୍ଲକ୍ ଅନ୍ତର୍ଗତ ରାଘବପୁର ପଂଚାୟତର ରାଘବପୁର ଗ୍ରାମରେ ନୂତନ ସଭା ଗୃହ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ ହୋଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି ନୂତନ ସଭା ଗୃହର ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଜନସାଧାରଣଙ୍କ ଆବଶ୍ୟକତା ପୂରଣ ହୋଇପାରିବା ସହ ଅଂଚଳର ସାମାଜିକ ସଂହତି ବଜାୟ ରହିପାରିବ ଏବଂ ଗାଁ' ତଥା ପଂଚାୟତର ବିକାଶ ମଧ୍ୟ ହୋଇପାରିବ ବୋଲି ମନ୍ତ୍ରୀ ଏହି ଅବସରରେ କହିଛନ୍ତି। ଏହି ଅବସରରେ ମିଶନ ଶକ୍ତି ବିଭାଗ ଅଧିନସ୍ଥ ଓଡ଼ିଶା ଜୀବିକା ମିଶନ, ରାଘବପୁର ଗ୍ରାମ ପଂଚାୟତ ସ୍ତରୀୟ ସଂଘର ମହିଳାମାନେ ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande