ଶୁଖିଲା ସତିଗୁଡା ଡେମ, ଜୟପୁର ସହରରେ ପାନୀୟ ଜଳ ଯୋଗାଣ ଠପ୍
ଜୟପୁର, ୨୧ ଜୁଲାଇ (ହି.ସ.)- ଲଗାଣ ବର୍ଷା ସତ୍ତ୍ୱେ ମଧ୍ୟ ଜୟପୁର ସହରରେ ଦେଖାଦେଇଛି ଜଳ ସଙ୍କଟ। କୋରାପୁଟ ଜିଲ୍ଲାର ସତିଗୁଡା ଡେମରେ ପର୍ଯ୍ୟାପ୍ତ ପାଣି ନଥିବାରୁ ସହରକୁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି।ଡେମର ଜଳସ୍ତର କମ୍ ରହିଥିବାରୁ ସହରର ବିଭିନ୍ନ ୱାର୍ଡକୁ ନିୟମିତ ପାଣି ଯୋଗାଣ ହୋଇପାରୁ ନ
ଶୁଖିଲା ସତିଗୁଡା ଡେମ,ଜୟପୁର ସହର ରେ ପାନୀୟ ଜଳ ଯୋଗାଣ ଠପ.


ଜୟପୁର, ୨୧ ଜୁଲାଇ (ହି.ସ.)- ଲଗାଣ ବର୍ଷା ସତ୍ତ୍ୱେ ମଧ୍ୟ ଜୟପୁର ସହରରେ ଦେଖାଦେଇଛି ଜଳ ସଙ୍କଟ। କୋରାପୁଟ ଜିଲ୍ଲାର ସତିଗୁଡା ଡେମରେ ପର୍ଯ୍ୟାପ୍ତ ପାଣି ନଥିବାରୁ ସହରକୁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି।ଡେମର ଜଳସ୍ତର କମ୍ ରହିଥିବାରୁ ସହରର ବିଭିନ୍ନ ୱାର୍ଡକୁ ନିୟମିତ ପାଣି ଯୋଗାଣ ହୋଇପାରୁ ନାହିଁ। ଫଳରେ ପାଣି ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପଟେ ବର୍ଷା ଲାଗି ରହିଥିବା ବେଳେ ଅନ୍ୟପଟେ ଡେମକୁ ପର୍ଯ୍ୟାପ୍ତ ଜଳ ପ୍ରବେଶ ନ କରିବା ପ୍ରଶାସନର ଜଳ ପରିଚାଳନାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ଯଦି ଖୁବଶୀଘ୍ର ଡେମର ଜଳସ୍ତରରେ ସୁଧାର ନ ଆସେ, ତେବେ ଜୟପୁର ସହରରେ ପାନୀୟ ଜଳ ସଙ୍କଟ ଆହୁରି ଗମ୍ଭୀର ହେବାର ଆଶଙ୍କା କରାଯାଉଛି। ସେହିପରି ଅବିଭକ୍ତ କୋରାପୁଟ ଜିଲାର ମାଛକୁଣ୍ଡ ପରେ ବାଲିମେଳାରୁ ବିଦ୍ୟୁତ୍ ଉତ୍ପାଦନ ଠପ୍ ହୋଇଯାଇଛି। ୬ଟି ୟୁନିଟ୍ ରୁ ଘଣ୍ଟାକୁ ଉତ୍ପାଦନ ହେଉଥିଲା ୩୭୦ ମେଗାୱାଟ୍। ଉପର ମୁଣ୍ଡରେ ବର୍ଷା କମ୍, ଜଲାପୁଟ ଡ୍ୟାମ୍ ରୁ ଆସୁନି ପାଣି। ଖରିଫ ଚାଷ ଲାଗି ଜଳ ସଂରକ୍ଷଣ ପାଇଁ ପ୍ରଶାସନର ପଦକ୍ଷେପ ନେଉଥିବା ଜଣାଯାଇଛି । ଖୁବଶୀଘ୍ର ଅଧା ଓଡ଼ିଶା ଅନ୍ଧାର ହୋଇଯିବ । ଶକ୍ତି ସଂକଟ ଦେଇ ଏବେ ଆମ ରାଜ୍ୟ ଗତି କରୁଛି । ଓଡ଼ିଶା ଏବେ ଭୀଷଣ ଶକ୍ତି ସଂକଟର ସମ୍ମୁଖୀନ ହୋଇଛି । କୋରାପୁଟ ଜିଲ୍ଲାର ମାଛକୁଣ୍ଡ ପରେ ଶନିବାର ମାଲକାନଗିରି ଜିଲ୍ଲାର ବାଲିମେଳା ଜଳଭଣ୍ଡାରରୁ ବିଦ୍ୟୁତ୍ ଉତ୍ପାଦନ ଠପ୍ ହୋଇଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ଦୁଇ ପ୍ରମୁଖ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ବନ୍ଦ ହେବା ପରେ ଅଧା ଓଡ଼ିଶାରେ ବିଦ୍ୟୁତ୍ ସେବା ବ୍ୟାହତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଉପର ମୁଣ୍ଡରେ କମ୍ ବର୍ଷା ଓ ଜଲାପୁଟ ଡ୍ୟାମ୍ ରୁ ବାଲିମେଳାକୁ ପାଣି ଆସୁନଥିବାରୁ ଜଳସ୍ତର ଆଶାତୀତ ଭାବେ ହ୍ରାସ ପାଇଛି । ଜଳଭଣ୍ଡାରରେ ମାତ୍ର ୧୩ ପ୍ରତିଶତ ଜଳ ଗଚ୍ଛିତ ଥିବାରୁ ଖରିଫ ଚାଷ ପ୍ରଭାବିତ ଆଶଙ୍କାରେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜଳସମ୍ପଦ ବିଭାଗ । ଫଳରେ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ (ଓଏଚପିସି) ଦ୍ୱାରା ପରିଚାଳିତ ବିଦ୍ୟୁତ୍ କେନ୍ଦ୍ରର ୬ଟି ୟୁନିଟ୍ ବନ୍ଦ ରହିଛି । ଅନ୍ୟପକ୍ଷରେ ମାଛକୁଣ୍ଡ ଜଳବିଦ୍ୟୁତ୍ କେନ୍ଦ୍ରରେ ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରହିଛି । ଜଲାପୁଟ ଡ୍ୟାମ୍ ରୁ ଆବଶ୍ୟକ ପରିମାଣର ପାଣି ତଳମୁଣ୍ଡରେ ଥିବା ବାଲିମେଳା ଜଳଭଣ୍ଡାରକୁ ଆସିପାରୁନି । ଫଳରେ ଓଏଚପିସି ୟୁନିଟ୍ କୁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।ଓଏଚପିସିର ଅଧୀକ୍ଷଣ ଯନ୍ତ୍ରୀ ଦୁର୍ଗାପ୍ରସାଦ ପଟ୍ଟନାୟକ କହିଛନ୍ତି, ଜଳାଶୟର ସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରହିବ । ବର୍ତ୍ତମାନ ଜଳଭଣ୍ଡାରରୁ ୬୦୦ କ୍ୟୁସେକ୍ ଜଳ ଛଡ଼ାଯାଉଥିବା ବେଳେ ଏହାକୁ ୨୦୦୦ କ୍ୟୁସେକ୍ ପର୍ଯ୍ୟନ୍ତ ବଢ଼ାଇବାକୁ ଯୋଜନା ରହିଛି । ପୋଟେରୁ ସେଚ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସୂଚନାନୁସାରେ, ବାଲିମେଳା ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ୧୫୧୬ ଫୁଟ । କ୍ୟାଚମେଣ୍ଟ ଅଞ୍ଚଳରେ କମ୍ ବର୍ଷା କାରଣରୁ ଜଳସ୍ତର ଏବେ ୧୪୫୫.୬୦ ଫୁଟକୁ ଖସି ଆସିଛି । ୨୦୨୫ ଏହି ସମୟରେ ଜଳଭଣ୍ଡାରରେ ୧୯.୯୪ ପ୍ରତିଶତ ପାଣି ଗଚ୍ଛିତ ଥିଲା । ଗତ ବର୍ଷ ଏହି ସମୟରେ ଜଳଭଣ୍ଡାର କ୍ୟାଚମେଣ୍ଟ ଅଞ୍ଚଳରେ ୭୭୮ ମି.ମି. ବର୍ଷା ହୋଇଥିଲା । ଚଳିତ ବର୍ଷ କ୍ୟାଚମେଣ୍ଟ ଅଞ୍ଚଳରେ ୫୧୯ ମି.ମି. ବର୍ଷା ରେକର୍ଡ କରାଯାଇଛି । ପୂର୍ବ ବର୍ଷ ଅପେକ୍ଷା ୨୫୯ ମି.ମି. କମ୍ ବର୍ଷା ହୋଇଥିବାରୁ ଜଳସ୍ତର ଖସିବାରେ ଲାଗିଛି । ବାଲିମେଳା ଜଳାଶୟର ଜଳସ୍ତର ସ୍ଥିର ରଖିବା ପାଇଁ ମାଛକୁଣ୍ଡ ସ୍ଥିତ ଜଲାପୁଟ୍ ଡ୍ୟାମ୍ ରୁ ଅଧିକ ଜଳ ଛାଡ଼ିବାକୁ ଆନ୍ଧ୍ର ପାୱାର ଜେନେରେସନ୍ କର୍ପୋରେସନ୍ କୁ ଅନୁରୋଧ କରାଯାଇଛି । ଜଳସ୍ତର ସନ୍ତୋଷଜନକ ସ୍ଥିତିକୁ ଫେରିଲେ ପୁନର୍ବାର ଓଏଚପିସି ବିଦ୍ୟୁତ ଉତ୍ପାଦନ ଆରମ୍ଭ ହେବ କରିବ ବୋଲି ବିଭାଗ ସୂଚନା ଦେଇଛି । ସୂଚନାଯୋଗ୍ୟ, ବାଲିମେଳା ଜଳବିଦ୍ୟୁତ୍ ପ୍ରକଳ୍ପର ୮ଟି ୟୁନିଟ୍ ମାଧ୍ୟମରେ ଘଣ୍ଟାକୁ ୫୧୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଥିଲା । ୨ଟି ୟୁନିଟ୍ ର ମରାମତି ଚାଲିଥିବାରୁ ୬ଟି ୟୁନିଟ୍ ରୁ ବିଦ୍ୟୁତ୍ ଉତ୍ପାଦନ କରାଯାଉଥିଲା । ବର୍ତମାନ ଅବିଭକ୍ତ କୋରାପୁଟ ଜିଲାରେ ଜଳ ସଂଙ୍କଟ ଦେଖା ଗଲାଣି । ଫଳରେ ଜିଲ୍ଲାବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande