
ନୂଆପଡ଼ା,୨୨ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଅଗ୍ରସେନ ଭବନ ପରିସର ମଧ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଜିଲ୍ଲାସ୍ତରୀୟ ମନ କି ବାତ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ବିଜ୍ଞାପିତ ଅଂଚଳ ପରିଷଦର ନଗରପାଳ ଉଜ୍ଜଳ ଗୁପ୍ତା, ଉପାଧ୍ୟକ୍ଷା ଏବଂ ୮ ଜଣ ୱାର୍ଡ ସଭ୍ୟ ସଭ୍ୟାଙ୍କ ବିଜେପିରେ ଯୋଗଦାନ ନେଇ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ଅଧ୍ୟକ୍ଷତା କରିଥିଲେ। ନଗରପାଳ ଉଜ୍ଜଳ ଗୁପ୍ତା ଦଳରେ ଯୋଗଦାନ କେବଳ ବିକାଶ ଏବଂ ସାଙ୍ଗଠନିକ ମଜଭୁତ୍ କରିବାସହ ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଦ ପଦବୀରେ ଦଳୀୟ ପ୍ରତିନିଧି ନିର୍ବାଚିତ ହୋଇ କାର୍ଯ୍ୟଭାର ଗ୍ରହଣ ପାଇଁ କାମ କରିବାକୁ ଆହ୍ୱାନ କରିଥିଲେ। ଦଳୀୟ ସଙ୍ଗଠନକୁ ମଜଭୁତ୍ କରିବା ସହ ମୋଦି ସରକାରଙ୍କ ୨୦୪୭ ବିକଶିତ ଭାରତ ଲକ୍ଷକୁ ଅନୁପ୍ରାଣିତ ହୋଇ ଯୋଗଦାନ କରିଥିବା ସାମ୍ବାଦିକଙ୍କ ପ୍ରକାଶ କରିଛନ୍ତି। ସଭାରେ ସାଧାରଣ ସମ୍ପାଦକ ତୁଳସ ପଟେଲ ପରିଚାଳନା କରିଥିବା ବେଳେ ଯୁବ ନେତା ଅଭିନନ୍ଦନ ପଣ୍ଡା, ଯୁବ ଜିଲ୍ଲା ସଭାପତି ଜ୍ଞାନରଞ୍ଜନ ମେଘ, ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ ଠାକୁର, ଜିଲା ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ବେଲମତି ମାଝୀ, ଖରିଆର ରୋଡ଼ ନଗର ଅଧ୍ୟକ୍ଷା ସୋନିଆ ଜୈନ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଅଜିତ୍ କିଶୋର ଚଲାନ, ପୁଷ୍ପାଞ୍ଜଳୀ ପାଣ୍ଡେ, ଉପାଧ୍ୟକ୍ଷ ଶକୁନ୍ତଳା ରାଉତ, ଦେବଦେବ ପ୍ରସାଦ ସିଂ ଦେଓ ପ୍ରମୁଖ ମଂଚାସିନ ହୋଇଥିବା ବେଳେ ପ୍ରତ୍ୟେକ ମଣ୍ଡଳ ସଭାପତି, କର୍ମକର୍ତାମାନେ ଯୋଗ ଦେଇ ନିର୍ବାଚନ ମଣ୍ଡଳୀରେ ଦଳୀୟ କାର୍ଯ୍ୟକୁ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ