
ଗଂଜାମ, 22 ଜୁଲାଇ (ହି.ସ.) ପିତଳଵଜାର ଆଡପମଣ୍ଡପରେ ଗତକାଲି ଅପରାହ୍ନରେ ପ୍ରଭୂ ଜଗନ୍ନାଥ ଭଗବାନ ଵାମନଵେଶରେ ସଜ୍ଜିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ଅପରାହ୍ନରୁ ରାତି ଯାଏ ବର୍ଷା ଲାଗି ରହିଥିଲେ ମଧ୍ୟ ପ୍ରଭୂ ଦର୍ଶନ ଓ ସନ୍ଧ୍ୟାରେ ଆଳତି ଦର୍ଶନ ପାଇଁ ପିତଳ, ସନ୍ତୋଷପୁର,ତହର, କାଞ୍ଜିଆମା, ଭେଟସିଙ୍ଗି, ବ୍ରାହ୍ମଣ ଛାଇ,ପାକିଡି, ଓ ନରେନ୍ଦ୍ର ପୁର ପଞ୍ଚାୟତ ବିଭିନ୍ନ ଗ୍ରାମରୁ ବହୁ ଶ୍ରଦ୍ଧାଳୁ ଆସି ସମାଗମ ହୋଇଥିଲେ। ଗୁଣ୍ଡିଚା ମଣ୍ଡପରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ମିଷ୍ଟାନ୍ନ ଭୋଗପ୍ରସାଦ ଉପ ସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ବିତରଣ କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ