ଦିଲ୍ଲୀ ରେ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ମାଡ଼ ଘଟଣାକୁ ନେଇ ଏ.ଆଇ.ଡି.ଏସ.ଓ ପକ୍ଷରୁ ବିକ୍ଷୋଭ ପ୍ରତିବାଦ ସଭା
ଜୟପୁର , 22 ଜୁଲାଇ (ହି.ସ.) କୋରାପୁଟ ଜିଲ୍ଲା ବୈପାରୀଗୁଡା ରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି l ଦିଲ୍ଲୀରେ ସଂସଦ ଅଭିଯାନ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ବର୍ବରତା ଲାଠି ମାଡ଼ ଓ ଲୁହବୁହା ଗ୍ୟାସ ପ୍ରୟୋଗ ବିରୁଦ୍ଧରେ ଏବଂ ଏନଟିଏ କୁ ସମ୍ପୂର୍ଣ୍ଣ ରଦ୍ଦ କରିବା, କେନ୍ଦ୍ର ଶିକ୍ଷା ମ
ଦିଲ୍ଲୀ ରେ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ମାଡ଼ ଘଟଣାକୁ ନେଇ ଏ.ଆଇ.ଡି.ଏସ.ଓ ପକ୍ଷରୁ ବିକ୍ଷୋଭ ପ୍ରତିବାଦ ସଭା


ଜୟପୁର , 22 ଜୁଲାଇ (ହି.ସ.) କୋରାପୁଟ ଜିଲ୍ଲା ବୈପାରୀଗୁଡା ରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି l ଦିଲ୍ଲୀରେ ସଂସଦ ଅଭିଯାନ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ବର୍ବରତା ଲାଠି ମାଡ଼ ଓ ଲୁହବୁହା ଗ୍ୟାସ ପ୍ରୟୋଗ ବିରୁଦ୍ଧରେ ଏବଂ ଏନଟିଏ କୁ ସମ୍ପୂର୍ଣ୍ଣ ରଦ୍ଦ କରିବା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଏ.ଆଇ.ଡି.ଏସ.ଓ ପକ୍ଷରୁ ବୈପାରିଗୁଡ଼ା ଶହୀଦ ଲକ୍ଷ୍ମଣ ନାୟକ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସହୀଦ ଲକ୍ଷ୍ମଣ ନାୟକ ମୁଖ୍ୟ ଚାରିଛକରେ ଏକ ପ୍ରତିବାଦ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଛି। ଏହି ପ୍ରତିବାଦ ବିକ୍ଷୋଭ ସଭାରେ ଏ.ଆଇ.ଡି.ଏସ.ଓ କୋରାପୁଟ ଜିଲ୍ଲା ସମ୍ପାଦକ ଜଗନ୍ନାଥ ହରିଜନ ଶିକ୍ଷା ଉପରେ ଗୋଟିଏ ପରେ ଗୋଟିଏ ଆକ୍ରମଣ ହେଉଛି। ଏହା ଶିକ୍ଷାକୁ ଧ୍ୱଂସ କରିବାର ଏକ ହୀନ ପ୍ରୟାସ। ଶିକ୍ଷାକୁ ଧ୍ୱଂସ କରିବା କୌଣସି ସମାଜର ସମସ୍ୟାର ସମାଧାନ ନୁହେଁ । ଏହା ଭବିଷ୍ୟତକୁ ଧ୍ୱଂସ କରିବାର ଏକ ଅମାନବିକ ଓ ଅବ୍ୟବହାରିକ ମାର୍ଗ। କାରଣ ଶିକ୍ଷା ହେଉଛି ଜାତିର ମେରୁଦଣ୍ଡ, ଏବଂ ଛାତ୍ରଛାତ୍ରୀମାନେ ହେଉଛନ୍ତି ଆସନ୍ତାକାଲିର ସମାଜ ନିର୍ମାତା। ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିବା ମାନେ ଏକ ସମ୍ପୂର୍ଣ୍ଣ ପିଢ଼ିର ସ୍ୱପ୍ନ, ସମ୍ଭାବନା ଓ ପ୍ରଗତିକୁ ଦୁର୍ବଳ କରିବା। ଯେଉଁ ସମାଜ ଶିକ୍ଷାକୁ ଅବହେଳା କରେ, ସେହି ସମାଜ ଅଜ୍ଞାନତା, ବେକାରୀ ଓ ବିସ୍ମୟର ଅଟେ । ତେଣୁ ଶିକ୍ଷାର ସୁରକ୍ଷା ଓ ବିକାଶ ଆବଶ୍ୟକତା । କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରଘୁନାଥ କମାର ଓ ଭୀମ ମାଟାମ ବକ୍ତବ୍ୟ ରଖିଥିଲେ ଓ କହିଥିଲେ ଯେଉଁ ଦେଶରେ ଶିକ୍ଷାର ଅଧିକାର ପାଇଁ ଛାତ୍ରଛାତ୍ରୀଙ୍କୁ ଅନଶନ କରିବାକୁ ପଡ଼ୁଛି l ନିଟ ପେପର ଲିକ ଫଳରେ ୨୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ ଜୀବନ ଯାଇଛି କିନ୍ତୁ ସରକାର ଏଥି ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ବିଶିଷ୍ଟ ବୈଜ୍ଞାନିକ ତଥା ପରିବେଶବିତ୍ ସୋନମ୍ ୱାଙ୍ଗଚୁକ୍, ଦୀର୍ଘ ୨୦ ଦିନ ଧରି ଅନଶନ କରୁଥିବା ସତ୍ୱେ ସରକାର ତାଙ୍କ ସହିତ କୌଣସି ଆଲୋଚନା କରିନଥିଲେ ବରଂ ଅନଶନ ଚାଲିଥିବା ସମୟରେ ବଳପୂର୍ବକ ପୋଲିସ ଉଠାଇନେବା ଏହା ଗଣତନ୍ତ୍ର ନା ଏକଛତ୍ରବାଦ ବୋଲି ପ୍ରଶ୍ନ କରାଯାଉଛି। ସୁନିଲ ମାଝୀ, ଦେବରାଜ କମାର, ଜଗବନ୍ଧୁ ଦୋରା, କୈଳାଶ ଚାଲାଣ ,ଶିବୁ ଖରା, ରାଜୁ ପାଙ୍ଗି, ବିଭୁ ଗୋଲରୀ ପ୍ରମୁଖ ଏହି ସଭାରେ ଯୋଗ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande