ପ୍ରଶାସନର ଦୃଷ୍ଟି ପଡ଼ୁନି: ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଣ୍ଠୁଏ ପାଣି
ନୂଆପଡ଼ା,୨୨ ଜୁଲାଇ (ହି.ସ.) - ଯେଉଁ କାର୍ଯ୍ୟାଳୟରୁ ସମ୍ପୂର୍ଣ୍ଣ ଖଡ଼ିଆଳ ବ୍ଲକର ବିକାଶ ଓ ଉନ୍ନୟନ କାର୍ଯ୍ୟ ପରିଚାଳିତ ହୁଏ, ସେହି ବ୍ଲକ କାର୍ଯ୍ୟାଳୟର ସମ୍ମୁଖରେ ଏବେ ଆଣ୍ଠୁଏ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ସରକାରୀ କାର୍ଯ୍ୟାଳୟ ଆଗର ଏଭଳି ବେହାଲ ପରିସ୍ଥିତି ପ୍ରଶାସନିକ ବ୍ୟବସ୍ଥାକୁ
Block re anthue pani


ନୂଆପଡ଼ା,୨୨ ଜୁଲାଇ (ହି.ସ.) - ଯେଉଁ କାର୍ଯ୍ୟାଳୟରୁ ସମ୍ପୂର୍ଣ୍ଣ ଖଡ଼ିଆଳ ବ୍ଲକର ବିକାଶ ଓ ଉନ୍ନୟନ କାର୍ଯ୍ୟ ପରିଚାଳିତ ହୁଏ, ସେହି ବ୍ଲକ କାର୍ଯ୍ୟାଳୟର ସମ୍ମୁଖରେ ଏବେ ଆଣ୍ଠୁଏ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ସରକାରୀ କାର୍ଯ୍ୟାଳୟ ଆଗର ଏଭଳି ବେହାଲ ପରିସ୍ଥିତି ପ୍ରଶାସନିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ପ୍ରତିଦିନ ବିଭିନ୍ନ ସରକାରୀ କାମରେ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକଙ୍କ ସହ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ପାଣି ଭିତରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ବର୍ଷା ପରେ ଜଳନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ନଥିବାରୁ ଅଳ୍ପ ବର୍ଷାରେ ମଧ୍ୟ ଏଠାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ବର୍ଷା ହେଲେ ସମଗ୍ର ପରିସର ଜଳମଗ୍ନ ହୋଇପଡ଼ୁଛି। ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ତୁରନ୍ତ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଉନ୍ନତ ଡ୍ରେନେଜ ବ୍ୟବସ୍ଥା କରିବା ସହ ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି। ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଜନଅସନ୍ତୋଷ ବଢ଼ିପାରେ ବୋଲି ମତ ପ୍ରକାଶ ପାଇଛି। ଏନେଇ ବିଡ଼ିଓ ମିଳନ କୁମାର ଝାଙ୍କରଙ୍କୁ ପଚାରିବାରୁ ବର୍ଷା ଯୋଗୁଁ ଏଭଳି ହୋଇଥିବା ପ୍ରକାଶ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande