ଚମ୍ପୁଆ ପିଏମ୍ଶ୍ରୀ ମହତାବ ଉଚ୍ଚ ବିଦ୍ୟାଳୟରେ ଅଘଟଣ
ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତିଲେ ଛାତ୍ରୀ ଚମ୍ପୁଆ, ୨୨ ଜୁଲାଇ(ହି.ସ.) – ଚମ୍ପୁଆ ଏନ୍ଏସି ଅନ୍ତର୍ଗତ ସର୍ବପୁରାତନ ତଥା ନିକଟରେ ପିଏମ୍ଶ୍ରୀ ମାନ୍ୟତା ପାଇଥିବା ମହତାବ ଉଚ୍ଚ ବିଦ୍ୟାଳୟରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। କ୍ଲାସ ଚାଲିଥିବା ସମୟରେ ହଠାତ୍ ଶ୍ରେଣୀଗୃହ ବାରଣ୍ଡାର ଉପର ପ୍ଲାଷ୍ଟର
ଖସିପଡ଼ିଥିବା ପ୍ଳାଷ୍ଟର


ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତିଲେ ଛାତ୍ରୀ

ଚମ୍ପୁଆ, ୨୨ ଜୁଲାଇ(ହି.ସ.) – ଚମ୍ପୁଆ ଏନ୍ଏସି ଅନ୍ତର୍ଗତ ସର୍ବପୁରାତନ ତଥା ନିକଟରେ ପିଏମ୍ଶ୍ରୀ ମାନ୍ୟତା ପାଇଥିବା ମହତାବ ଉଚ୍ଚ ବିଦ୍ୟାଳୟରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। କ୍ଲାସ ଚାଲିଥିବା ସମୟରେ ହଠାତ୍ ଶ୍ରେଣୀଗୃହ ବାରଣ୍ଡାର ଉପର ପ୍ଲାଷ୍ଟର ଖସିପଡ଼ିଛି। ତେବେ ବାରଣ୍ଡାରେ ଥିବା କିଛି ଛାତ୍ରୀ ଏଥିରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ସ୍ଥାନୀୟ ଲୋକ ଓ ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ଅତି ନିମ୍ନମାନର ମରାମତି କାମ ଯୋଗୁଁ ହିଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ, ସାମାନ୍ୟ ବର୍ଷା ହେଲେ ବିଦ୍ୟାଳୟର ଉପର ମହଲା ଛାତରୁ ପାଣି ଝରୁଥିଲା। ଏହାର ସମାଧାନ ପାଇଁ ମାତ୍ର ୩ ମାସ ପୂର୍ବେ ବିଦ୍ୟାଳୟର କମ୍ପ୍ୟୁଟର ଲ୍ୟାବ, ଆଇଟି ରୁମ, ଶ୍ରେଣୀଗୃହ ଏବଂ ବାରଣ୍ଡା ଆଦିର ମରାମତି କାର୍ଯ୍ୟ କରାଯାଇଥିଲା। କିନ୍ତୁ ନିମ୍ନମାନର ନିର୍ମାଣ ଯୋଗୁଁ ମରାମତି ପରେ ମଧ୍ୟ ଛାତରୁ ପାଣି ଝରିବା ବନ୍ଦ ହୋଇନଥିଲା ଏବଂ ଆଜି ସେହି ମରାମତି ହୋଇଥିବା ସ୍ଥାନରୁ ହିଁ ପ୍ଲାଷ୍ଟର ଖସି ପଡ଼ିଛି। ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ବୁଧିଆ ମାରାଣ୍ଡିଙ୍କୁ ପଚାରିବାରୁ ସେ କହିଛନ୍ତି, କୋଠା ଘର ଉପରେ ପାଣି ଜମି ରହୁଛି। ତେଣୁ ପ୍ରଥମେ ଛାତର ଉପର ଅଂଶରେ ଗ୍ରେଡିଙ୍ଗ କରାଯିବା ଆବଶ୍ୟକ। ଗ୍ରେଡିଙ୍ଗ କାମ ସରିବା ପରେ ଯାଇ ତଳ ପ୍ଲାଷ୍ଟର ଏବଂ ରଙ୍ଗ କାର୍ଯ୍ୟ ସୁରକ୍ଷିତ ରହିବ। ଏଥିସହିତ ସେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରିଶ ଚନ୍ଦ୍ର ପ୍ରଧାନଙ୍କୁ ସମ୍ପୃକ୍ତ ବିଭାଗକୁ ଲିଖିତ ଭାବେ ଜଣାଇବା ପାଇଁ ପରାମର୍ଶ ଦେଇଛନ୍ତି। ସରକାର ସ୍କୁଲର ରୂପାନ୍ତରୀକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ, ଏଭଳି ନିମ୍ନମାନର କାର୍ଯ୍ୟ ଛାତ୍ରଛାତ୍ରୀଙ୍କ ଜୀବନକୁ ବିପଦରେ ପକାଉଥିବାରୁ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande