
ଜୟପୁର , 22 ଜୁଲାଇ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳ ରେ ପୁଣି ଆଉ ଏକ ମନ୍ଦିର ରୁ ଚୋରି । କାମର ଡଙ୍ଗର ଦେଇ ମନ୍ଦିର ଏବଂ ମନ୍ଦିର ପାଖର ଏକ ଦୋକାନ ର ସନ୍ତୋଷୀ ନଗର ରେ ଦୁବୃର୍ତ୍ତ ମାନେ କଳା କନା ବୁଲେଇ ଛନ୍ତି l ଗତକାଲି ରାତି ମନ୍ଦିର ର ମୁଖ୍ୟ କବାଟ ତାଲା ଭାଙ୍ଗି ମନ୍ଦିର ଭିତରୁ ମାଆ ଙ୍କ ରୁପାର ବିଭିନ୍ନ ଅଳଙ୍କାର ଚୋରି ହୋଇଛି।ରୁପା ର ମୁକୁଟ,ରୁପା ରୁପା ଟାୟା, ଏଭଳି ୨କିଲୋ ର ରୁପା ଅଳଙ୍କାର ନେଇଛନ୍ତି।ମା ଙ୍କ ଦାନ ହୁଣ୍ଡି ଭାଙ୍ଗି ପ୍ରାୟ ୨୦ ହଜାର ଟଙ୍କା ଚୋରି କରିଛନ୍ତି ଚୋର ମାନେ। ମନ୍ଦିର କୁ ଲାଗି ରହିଥିବା ଏକ ଦୋକାନ ରୁ ଏକ ଫ୍ରିଜ କୁ ବି ନେଇଯାଇଛନ୍ତି।ବୋରିଗୁମ୍ମା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି l
---------------
ହିନ୍ଦୁସ୍ଥାନ ସମାଚାର / ପିକେପି