
କେନ୍ଦ୍ରାପଡ଼ା, ୨୨ ଜୁଲାଇ(ହି.ସ.) – ଆଳି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ୍ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ୧ ନମ୍ୱର ଓ ୨ ନମ୍ୱର ୱାଡ୍ର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଉପରେ ଅସରାଏ ବର୍ଷାରେ ଜମୁଛି ଆଣ୍ଠୁଏ ଉଚ୍ଚର ପାଣି ଜଳ ନିସ୍କାସନ ବାଟ ନଥିବାରୁ ଗ୍ରାମର ଶହ ଶହ ଲୋକ ଏହି ରାସ୍ତା ଦେଇ ଯିବାଆସିବା କରିଥିବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାଦେଇ ସ୍କୁଲ ପିଲା, ରୋଗୀ, ଗାଈ ଗୋରୁ ସାଧାରଣ ଲୋକ ଯିବାଆସିବା କରୁଥିବାବେଳେ ଏବେ ଜଳ ବନ୍ଦୀ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ। ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟିଦେଇ ସମାଧାନ କରିବାକୁ ଗୋବିନ୍ଦପୁର ସରପଂଚ ସିମାରାଣି ମଳିକ, ପୂର୍ବତନ ସରପଂଚ ପଦ୍ମାଳୟା ଧଳ, ନିଖିଲ ସାମଲ, ରଂଜନ କୁମାର ଧଳ, ଶିକ୍ଷକ ଗଦାଧର ପଢ଼ିହାରୀ, ପ୍ରଫୁଲ୍ଲ କୁମାର ପୃଷ୍ଟି, ଲିଟୁଆ ରାଉତ, ବିନୋନ୍ଦ ରାଉତ, ଅକ୍ଷୟ ଦାସ, ଉଦ୍ଧିଷ୍ଟିର ଧଳ, ରମେଶ ସୂତାର, ଚନ୍ଦ୍ରମଣି ମହାରଣା,ଏକାଦୁଶୀ ଦାସ, ଦିଲ୍ଲୀପ କୁମାର ଦାସ, କାର୍ତିକ ଦାସ, ରାଜଲକ୍ଷ୍ମୀ ସୂତାର, ସୌଦାମିନୀ ଦାସ, ଜଗନ୍ନାଥ ଧଳ, ସୁଧାଂଶୁ ନାୟକ ପରମୁଖ ଅନେକ ଗ୍ରାମବାସୀ ଦାବୀ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି