ସାର ର ସୁଷମ ବଣ୍ଟନ ପାଇଁ ଆନନ୍ଦପୁର ଜିଲ୍ଲା କୃଷି ଅଧିକାରୀ ଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ
କେନ୍ଦୁଝର, 22 ଜୁଲାଇ (ହି.ସ.)କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବଡିଭିଜନ ରେ ସ୍ୱଛତା ର ସହିତ ସାର ର ସୁଷମ ବଣ୍ଟନ ପାଇଁ ଆଜି ଆନନ୍ଦପୁର ଜିଲ୍ଲା କୃଷି ଅଧିକାରୀ ଙ୍କୁ ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ
Farmer


କେନ୍ଦୁଝର, 22 ଜୁଲାଇ (ହି.ସ.)କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବଡିଭିଜନ ରେ ସ୍ୱଛତା ର ସହିତ ସାର ର ସୁଷମ ବଣ୍ଟନ ପାଇଁ ଆଜି ଆନନ୍ଦପୁର ଜିଲ୍ଲା କୃଷି ଅଧିକାରୀ ଙ୍କୁ ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭେଟି ଆଲୋଚନା କରିଛନ୍ତି। ଆନନ୍ଦପୁର କୃଷି ଜିଲ୍ଲାର ଆନନ୍ଦପୁର ବ୍ଲକ, ହାଟଡିହି ବ୍ଲକ ଓ ଘସିପୁରା ବ୍ଲକ୍ ରେ ୧୭୩ ଲାଇସେନ୍ସ ପ୍ରାପ୍ତ ଡିଲର ଙ୍କ ମାଧ୍ୟମରେ ଚାଷୀ ମାନଙ୍କୁ ଖରିଫ ଚାଷ ପାଇଁ ସାର ଯୋଗାଇବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି। ଆନନ୍ଦପୁର କୃଷି ଜିଲ୍ଲାରେ ଚଳିତ ଖରିଫ ଚାଷ ପାଇଁ ପ୍ରଯ୍ୟାପ୍ତ ପରିମାଣର ଆବଶ୍ୟକ ସାର ମହଜୁତ ଥିବା ପ୍ରତିନିଧି ଦଳ ନିକଟରେ ପ୍ରକାଶ କରିଛନ୍ତି ଜିଲ୍ଲା କୃଷି ଅଧିକାରୀ ଶ୍ରୀ ନୀଳମାଧବ ଦାଶ । ସାର ର କିଭଳି ଚାଷୀ ମାନେ ପାଇପାରିବେ ସେଥିପାଇଁ ସରକାରଙ୍କ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଆନନ୍ଦପୁର ସବଡିଭିଜନ ର ୩ ବ୍ଲକରେ ସାର ବଣ୍ଟନ କୁ ତଦାରଖ କରିବା ପାଇଁ ୩ ଟି ସ୍କୁଆଡ଼ ଗଠନ କରାଯାଇଛି। ସାର ବଣ୍ଟନ ପ୍ରକ୍ରିୟାରେ ଯେଉଁ ସମବାୟ ସମିତି ତଥା ଲାଇସେନ୍ସ ପ୍ରାପ୍ତ ଡିଲର ଅସାଧୁ ଉପାୟ ଅବଲମ୍ବନ କରିବେ କିମ୍ବା ବାଧା ସୃଷ୍ଟି କରିବେ ସେମାନଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୃଷି ଅଧିକାରୀ ପ୍ରକାଶ କରିଛନ୍ତି।ଏହି ବିଜେପି ପ୍ରତିନିଧି ଦଳରେ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ବିଶ୍ଵ ପ୍ରତାପ ଜେନା, କୌଲାସ ଚନ୍ଦ୍ର ନାୟକ, ରାଜେନ୍ଦ୍ର କୁମାର ସାହୁ, ନିରଞ୍ଜନ ଜେନା, ଅଧିରାମ ମହାପାତ୍ର କଂ ସମେତ ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande