କେନ୍ଦୁଝରରେ ପ୍ରଥମ ଥର ପାଇଁ କେନ୍ଦୁଝର ଫିଲ୍ମ ଫେଷ୍ଟିଭାଲ୍ ଅନୁଷ୍ଠିତ ହେବ
କେନ୍ଦୁଝର, 22 ଜୁଲାଇ (ହି.ସ.) କେନ୍ଦୁଝରରେ ପ୍ରଥମ ଥର ପାଇଁ କେନ୍ଦୁଝର ଫିଲ୍ମ ଫେଷ୍ଟିଭାଲ୍ ଅନୁଷ୍ଠିତ ହେବ। ଆସନ୍ତା ଅକ୍ଟୋବର ୯ ଓ ୧୦ ତାରିଖ ରେ ମହୋତ୍ସବରେ ଦେଶର ବିଭିନ୍ନ ଆଞ୍ଚଳିକ ଭାଷାର ସ୍ବଳ୍ପଦୈର୍ଘ୍ୟ ଚଳଚ୍ଚିତ୍ରର ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଚଳଚ୍ଚିତ୍ର ନିର୍ମାତାମାନେ ଯୋଗଦବେ। ଏହାସହ ବ
Film festival


କେନ୍ଦୁଝର, 22 ଜୁଲାଇ (ହି.ସ.) କେନ୍ଦୁଝରରେ ପ୍ରଥମ ଥର ପାଇଁ କେନ୍ଦୁଝର ଫିଲ୍ମ ଫେଷ୍ଟିଭାଲ୍ ଅନୁଷ୍ଠିତ ହେବ। ଆସନ୍ତା ଅକ୍ଟୋବର ୯ ଓ ୧୦ ତାରିଖ ରେ ମହୋତ୍ସବରେ ଦେଶର ବିଭିନ୍ନ ଆଞ୍ଚଳିକ ଭାଷାର ସ୍ବଳ୍ପଦୈର୍ଘ୍ୟ ଚଳଚ୍ଚିତ୍ରର ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଚଳଚ୍ଚିତ୍ର ନିର୍ମାତାମାନେ ଯୋଗଦବେ। ଏହାସହ ବଲିଉଡ୍, ଓଲିଉଡ୍ ଓ ଦେଶର ଅନ୍ୟାନ୍ୟ ଚଳଚ୍ଚିତ୍ର ଜଗତର ବିଶିଷ୍ଟ କଳାକାରମାନେ ମଧ୍ୟ ସମର୍ଥନ ଓ ଉତ୍ସାହ ପ୍ରଦାନ କରିବା ପାଇଁ ଉପସ୍ଥିତ ରହିବେ।

ଏହି ଫିଲ୍ମ ଫେଷ୍ଟିଭାଲ୍କୁ ଜୁମାକ୍ସ ଷ୍ଟୁଡିଓର ଆୟୋଜନରେ ନିରାକାନୁ ଆର୍ଲ୍ସ ଫାଉଣ୍ଡେସନ୍ ବ୍ରୋଭାଣ୍ଡା ଇଣ୍ଡଷ୍ଟ୍ରି ପ୍ରାଇଭେଟ୍ ଲିମିଟେଡ୍ର ସହଯୋଗରେ ଆୟୋଜନ କରାଯାଉଛି।

ଆୟୋଜକ ଅବିନାଶ ରାଉତଙ୍କ କହିବାନୁସାରେ, ଏହି ମହୋତ୍ସବ ନବାଗତ କଳାକ ଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଚଳଚ୍ଚିତ୍ର କ୍ଷେତ୍ରର ବିଭିନ୍ନ ଟେକ୍ନି ଟକ୍ନିସିଆନଙ୍କ ଙ୍କ ପାଇଁ ନିଜ ପ୍ରତିଭା ପ୍ରଦର୍ଶନ କରିବ କରିବା ସହ ଚଳଚ୍ଚିତ୍ର ଜଗତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାର ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ।

କେନ୍ଦୁଝରରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ଜାତୀୟ ସ୍ତର ଫେଷ୍ଟିଭାଲ୍ ଜିଲ୍ଲାର ସମୃଦ୍ଧ କଳା, ସଂସ୍କୃତି ଓ ସୃଜନଶୀଳ ପ୍ରତିଭାକୁ ସାରା ଭାରତୀୟ ଚଳଚ୍ଚିତ୍ର ଜଗତରେ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବା ସହ କେନ୍ଦୁଝରକୁ ଜାତୀୟ ଚଳଚ୍ଚିତ୍ର ମାନଚିତ୍ରରେ ଏକ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପହଞ୍ଚାଇବ ବୋଲି ଆଶା କରାଯାଉଛି ।

ଏହି ଫିଲ୍ମ ଫେଷ୍ଟିଭାଲ୍ ସମ୍ପର୍କରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମାଜ କେକି କାକଲି, ସହ-ପ୍ରତିଷ୍ଠାତା ସୁଚିସ୍ମିତା ରାଉତ ଏବଂ ନିର୍ଦ୍ଦେଶକ ଅବିନାଶ ରାଉତ ଉପସ୍ଥିତ ରହି ମହୋତ୍ସବର ଉଦ୍ଦେଶ୍ୟ, ଆୟୋଜନ ଓ ରୂପରେଖା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande