ମା ପାଇଁ ଗଚ୍ଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି , ୨୨ ଜୁଲାଇ (ହି.ସ.) - ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ମାଲକାନଗିରି ଠାରେ ଆଜି ଏକ୍ ପେଡ ମା କେ ନାମ (ମା ପାଇଁ ଗଚ୍ଛ ଟିଏ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର ମହମ୍ମଦ ଅବିଦ୍ ହୁସେନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ
ମା ପାଇଁ ଗଚ୍ଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ


ମାଲକାନଗିରି , ୨୨ ଜୁଲାଇ (ହି.ସ.) - ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ମାଲକାନଗିରି ଠାରେ ଆଜି ଏକ୍ ପେଡ ମା କେ ନାମ (ମା ପାଇଁ ଗଚ୍ଛ ଟିଏ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର ମହମ୍ମଦ ଅବିଦ୍ ହୁସେନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଅନ୍ୟାନ୍ୟ ସମ୍ମାନୀୟ ଅତିଥି ଭାବେ ରବିଶଙ୍କର ମିଶ୍ର,ଡେପୁଟି କମାଣ୍ଡେଣ୍ଟ, ବି.ଏସ୍.ଫ. , ସୁଶ୍ରୀ ପ୍ରିୟଙ୍କା ମହନ୍ତ,ଏସିଏଫ , ଡ଼ଃ ରଞ୍ଜନ କୁମାର ସ୍ଵାଇଁ, ଏଚଓଡି , ବାଣିଜ୍ୟ ବିଭାଗ, ମାଲକାନଗିରି ମହାବିଦ୍ୟାଳୟ , ଇଞ୍ଜିନିୟରିଂ ବାଳକୃଷ୍ଣ ପାଢି, ରମେଶ ଚନ୍ଦ୍ର ରାଉତ, ରେଞ୍ଜର ମାଲକାନଗିରି), ହଳଧର ଶବର, ପ୍ରକଳ୍ପ ପ୍ରକାଶକ ତଥା ଅଧ୍ୟକ୍ଷ ଓ ଅନ୍ୟାନ୍ୟ ୩୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ୪୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ଡାକ୍ତର ହୁସେନ ପ୍ରଥମେ ପରିବେଶ ଓ ଜୀବନ ପାଇଁ ବୃକ୍ଷ ର ମହତ୍ତ୍ୱ ବିଷୟ ରେ ଆଲୋକପାତ କରିଥିଲେ l ଶେଷରେ ବର, ଆମ୍ବ, ପିଜୁଳି, ଅଁଳା, ଲେମ୍ବୁ, ଜାମୁ, କରଞ୍ଜ, ଲିମ୍ବ, ଓ ସଜନା ଭଳି ପାଖାପାଖି ୧୫୦ ଗଚ୍ଛ ରୋପଣ ବିଦ୍ୟାଳୟ ହତାରେ ରୋପଣ କରିଥିଲେ l ଶେଷରେ ଶଶଧର ପାଣିଗ୍ରାହୀ, ଉପାଧ୍ୟକ୍ଷ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ,ମାଲକାନଗିରି ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande