ବନ୍ଧୁକ ଓ ବନ୍ଧୁକ ତିଆରି ସାମଗ୍ରୀ ଜବତ, ଜଣେ ଗିରଫ
ମାଲକାନଗିରି , ୨୨ ଜୁଲାଇ (ହି.ସ.) ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡ଼ଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ନୀଲିମାରୀ ଗ୍ରାମରୁ ବନ୍ଧୁକ ତିଆରି ସାମଗ୍ରୀ ସହ ଗୋଟିଏ ବନ୍ଧୁକ ଜବତ, ଜଣଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ!ଘଟଣାରୁ ପ୍ରକାଶ ମାସିକିଆ ବିଦ୍ୟୁତ ବିଲ ଆଦାୟ କରିବାକୁ ଯାଇଥିବା ବେଳେ ଟାଟା ପାଓ
ବନ୍ଧୁକ ଓ ବନ୍ଧୁକ ତିଆରି ସାମଗ୍ରୀ ଜବତ, ଜଣେ ଗିରଫ


ମାଲକାନଗିରି , ୨୨ ଜୁଲାଇ (ହି.ସ.) ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡ଼ଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ନୀଲିମାରୀ ଗ୍ରାମରୁ ବନ୍ଧୁକ ତିଆରି ସାମଗ୍ରୀ ସହ ଗୋଟିଏ ବନ୍ଧୁକ ଜବତ, ଜଣଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ!ଘଟଣାରୁ ପ୍ରକାଶ ମାସିକିଆ ବିଦ୍ୟୁତ ବିଲ ଆଦାୟ କରିବାକୁ ଯାଇଥିବା ବେଳେ ଟାଟା ପାଓ୍ବାର କମ୍ପାନୀର ଠିକା କର୍ମଚାରୀ ଦିପକ ବିଶ୍ଵାସଙ୍କୁ ବନ୍ଧୁକ ଦେଖାଇ ଜୀବନ ରେ ମାରିଦେବା ଧମକ ଦେଲେ ଜଣେ ବ୍ୟକ୍ତି । ମାଲକାନଗିରି ଥାନା ଅନ୍ତଗତ ନିଲିମାରି ଗ୍ରାମର ଅନୂକୁଳ ନାୟକଙ୍କ ପୂର୍ବରୁ ପ୍ରାୟ ୧୭ ହଜାର ଟଙ୍କାର ବିଦ୍ୟୁତ ବିଲ ବାକି ରହିଥିବା ବେଳେ ଗତ ମାସରେ ୨୧୯ ଟଙ୍କାର ବିଲ ଆସିଛି । ତେବେ ଟାଟା ବିଦ୍ୟୁତ କର୍ମଚାରୀ ଟଙ୍କା ଆଦାୟ କରିବାକୁ ଯାଇଥିବା ବେଳେ ତାଙ୍କୁ ପ୍ରଥମେ ଛୁରୀ ସହ ଆକ୍ରମଣ କରିଥିଲେ, ପରେ ବନ୍ଧୁକ ଦେଖାଇ ଭୟବିତ କରିଥିଲେ ଅନୂକୁଳ ।ନିକଟରେ ଉପସ୍ଥିତ ଥିବା ଗ୍ରାମବାସୀ ଦୀପକୁ ନେଇ ଭୟବିତ ଅବସ୍ତାରେ ସେଠାରୁ ଖସି ଆସି ଥାନାରେ ଏତଲା ଦେଇଥିଲେ । ମାଲକାନଗିରି ଆଦର୍ଶ ଥାନା ପୋଲିସ ନିଲିମାରି ଗାଁକୁ ଯାଇ ଅନୂକୁଳ ନାୟକ କୁ ଗିରଫ କରିଛି । ହେଲେ ତାଙ୍କ ଘରେ ପୋଲିସ ଯାଞ୍ଚ ତଲାସି କରିବା ସମୟରେ ଗୋଟିଏ ବନ୍ଧୁକ ସହ ବନ୍ଧୁକ ତିଆରି କରିବା ଅନେକ ସାମଗ୍ରି ଜବତ ହୋଇଛି । ଉକ୍ତ ଘଟଣାର ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande