ତେଲ ନଦୀ ପୋଲ ଉପରେ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ
କେନ୍ଦୁଝର, 22 ଜୁଲାଇ (ହି.ସ.) ତେଲ ନଦୀ ପୋଲ ଉପରେ ଚାଲିଲା ୪ଫୁଟ ଉଚ୍ଚର ବନ୍ୟାଜଳ । ଫଳରେ କେନ୍ଦୁଝର ଏବଂ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କେନ୍ଦୁଝର ଜିଲ୍ଲାରେ ଗତ ୩ଦିନ ଧରି ଲଘୁଚାପଜନିତ ବର୍ଷା ଜାରି ରହିଛି । ଅବିଶ୍ରାନ୍ତ ବର୍ଷାରେ ସାହାରପଡା ଅଞ୍ଚଳ ବେହାଲ ହୋଇ ପଡିଛି । ଉପର
Heavy rain


କେନ୍ଦୁଝର, 22 ଜୁଲାଇ (ହି.ସ.) ତେଲ ନଦୀ ପୋଲ ଉପରେ ଚାଲିଲା ୪ଫୁଟ ଉଚ୍ଚର ବନ୍ୟାଜଳ । ଫଳରେ କେନ୍ଦୁଝର ଏବଂ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କେନ୍ଦୁଝର ଜିଲ୍ଲାରେ ଗତ ୩ଦିନ ଧରି ଲଘୁଚାପଜନିତ ବର୍ଷା ଜାରି ରହିଛି । ଅବିଶ୍ରାନ୍ତ ବର୍ଷାରେ ସାହାରପଡା ଅଞ୍ଚଳ ବେହାଲ ହୋଇ ପଡିଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ କୁମୁଳାବାହାଳି ତେଲ ନଦୀ ପୋଲ ଉପରେ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ କେନ୍ଦୁଝର ଜିଲ୍ଲାର ସାହାରପଡା ଅଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହେବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି । ଉପରମୁଣ୍ଡ ଶିମିଳିପାଳ ଅଞ୍ଚଳରେ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ପୋଲ ଉପରେ ପାଣି ଚାଲୁଥିବା ଯୋଗୁଁ ଉଭୟପାର୍ଶ୍ଵ ରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande