
ଝାରସୁଗୁଡ଼ା, ୨୨ ଜୁଲାଇ (ହି.ସ.)ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଯୁଗ୍ମ ନିର୍ଦ୍ଦେଶିକା ତଥା ଉପ ନିର୍ଦ୍ଦେଶିକା, ସମ୍ବଲପୁର ଡିଭିଜନ (ଅତିରିକ୍ତ ଦାୟିତ୍ୱ )କଲ୍ୟାଣୀ ଦାଶ ଆଜି ଝାରସୁଗୁଡ଼ା ଜ଼ିଲ୍ଲା ସଂସ୍କୃତି ବିଭାଗ ସ୍ଥିତ ସୂଚନା କେନ୍ଦ୍ର ତଥା ପାଠlଗାର କୁ ସୌଜନ୍ୟମୂଳକ ପରିଦର୍ଶନ କରିଥିଲେ।
ପରିଦର୍ଶନ ସମୟରେ ସେ ପାଠାଗାରର ଉନ୍ନତ ଭିତ୍ତିଭୂମି, ସୁସଜ୍ଜିତ ବ୍ୟବସ୍ଥା, ପାଠକ ପାଠିକା ଙ୍କ ବହି ରଖିବା ପାଇଁ ଉପଲବ୍ଧ ଲକର ସିଷ୍ଟମ, ମନୋରମ ଅଧ୍ୟୟନ ପରିବେଶ ତଥା ପରିବେଶ ର ସ୍ଵଛତା ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ। ସେ ପାଠକମାନଙ୍କ ଉପସ୍ଥାନ ରେଜିଷ୍ଟର, ଖବରକାଗଜ ଓ ପତ୍ରିକା ରେଜିଷ୍ଟରର ସମୀକ୍ଷା କରିବା ସହ ପାଠାଗାରର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଅବଗତ ହୋଇଥିଲେ।
ଏହା ସହିତ ସେ ପାଠକ ଙ୍କ ସହ ଆଲୋଚନା କରି ପାଠାଗାରରେ ଉପଲବ୍ଧ ବିଭିନ୍ନ ପାଠକ-ଉପଯୋଗୀ ସୁବିଧା ସମ୍ପର୍କରେ ମତାମତ ସଂଗ୍ରହ କରିଥିଲେ। ପାଠକମାନଙ୍କ ସୁବିଧା ପାଇଁ ପାଠାଗାର ପରିସରରେ ଉପଲବ୍ଧ କାଫେ ସୁବିଧାକୁ ମଧ୍ୟ ସେ ପ୍ରଶଂସା କରି ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ।
ଏହି ପରିଦର୍ଶନ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତlକାନ୍ତି ବଳିୟାର ସିଂହ, ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀ ଆଲିଶ ପଟେଲ, ରାଜେଶ ସେଠ, ଧୀରଜ ରୋଶନ ପଧାନ, ମନବୋଧ ବଗର୍ତ୍ତି, ସମୀର କିଷାନ, କିଙ୍କନ ନାଏକଙ୍କ ସମେତ ଜିଲ୍ଲା ପାଠାଗାରର ବହୁ ପାଠକ ଓ ପାଠିକା ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ