ସାମାନ୍ୟ ବର୍ଷାରେ କାଦୁଅ ପଚପଚ ନେହେନାରୁ ତୋରଲୀ ମୁଖ୍ୟ ରାସ୍ତା ହଇରାଣ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
ନୂଆପଡ଼ା,୨୨ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା କଲୋନୀପଡ଼ାରୁ ତୋରଲୀକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅ ପଚପଚରେ ପରିଣତ ହେଉଛି। ଏହି ରାସ୍ତା ନେହେନା କଲୋନୀ ପଡାରୁ ତୋରଲୀକୁ ଏକ କିଲୋମିଟରରୁ ଅଧିକ ଥିବ
Kadua re pach pach rasta


ନୂଆପଡ଼ା,୨୨ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା କଲୋନୀପଡ଼ାରୁ ତୋରଲୀକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅ ପଚପଚରେ ପରିଣତ ହେଉଛି। ଏହି ରାସ୍ତା ନେହେନା କଲୋନୀ ପଡାରୁ ତୋରଲୀକୁ ଏକ କିଲୋମିଟରରୁ ଅଧିକ ଥିବାବେଳେ ଏହି ରାସ୍ତା ମାଟି ରାସ୍ତା ରହିଛି। ଖରା ଦିନେ ଗ୍ରାମବାସି ଓ ଛାତ୍ରଛାତ୍ରୀ ଖାଳ ଖମାଳରେ ଚାଲୁଥିବା ବେଳେ ବର୍ଷା ମାସ ଆସିଲେ ସମ୍ପୂର୍ଣ୍ଣ ମାଟି ରାସ୍ତା ଏକ ରୁ ଦୁଇଫୁଟ ଖାଳ ହୋଇ ପାଣି ସହିତ କାଦୁଅ ପଚ ପଚ ହେଉଛି। ଫଳରେ ପ୍ରତିଦିନ ସ୍କୁଲ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀଙ୍କ ସହ ଗ୍ରାମବାସୀ ଯାତାୟାତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା କାଦୁଅ ଯୋଗୁଁ ଦୁଇଚକିଆ ଯାନ ଚଳାଚଳ ବିପଦପୂର୍ଣ୍ଣ ହୋଇପଡ଼ିଥିବା ବେଳେ ଅନେକ ସମୟରେ ଲୋକେ ଖସିପଡ଼ୁଥିବା ଅଭିଯୋଗ ହେଉଛି। ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ନେହେନା ପଂଚାୟତ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହି ରାସ୍ତାରେ ପଂଚାୟତ ପକ୍ଷରୁ ବିଗତ ବର୍ଷ ଗୁଡିକରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ରାସ୍ତା କାଦୁଅ ପଚ ପଚ ହେଉଛି। ଏହି ରାସ୍ତାର ଉପରେ କେଉଁ କେଉଁ କାମ ହୋଇଛି ତାର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସ୍ଥାନୀୟ ଲୋକେ ଯଥାଶୀଘ୍ର ରାସ୍ତାର ମରାମତି ଓ ପକ୍କା ରାସ୍ତା ନିର୍ମାଣ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ନହେଲେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ବିଡ଼ିଓ ମିଳନ କୁମାର ଝାଙ୍କରଙ୍କୁ ପଚାରିବାରୁ ତଦନ୍ତ କରି ରାସ୍ତା ମାରମତି କରାଯିବ ବୋଲି ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande