

ବଲାଙ୍ଗୀର, ୨୨ ଜୁଲାଇ(ହି.ସ.) – ଆଜି ୨୨.୭.୨୦୨୬.ଦିନ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପଥର ଚେପା ଠାରେ ଜିଲ୍ଲାସ୍ତରୀୟ ମନ କି ବାତ କାର୍ଯ୍ୟକ୍ରମ ଜିଲ୍ଲାର ବରିଷ୍ଠ ବିଜେପି କାର୍ଯ୍ୟକର୍ତା ଓ ପଧାଧିକାରୀ ମାନଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ରାଷ୍ଟ୍ରୀୟ ଗାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା ଭାରତର ଜସ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକି ବାତ କାର୍ଯ୍ୟକ୍ରମ ଆଜି ଦିନରେ ପୁରା ଭାରତରେ ଓ ଭାରତ ବାହାରେ ପ୍ରସିଦ୍ଧି ଲାଭ କରିଛି।
ସବୁ କ୍ଷେତ୍ରରେ ଯେମିତି ଖେଳ, ଚାଷ, ବିଜ୍ଞାନ, କଳା ଓ ବାଣିଜ୍ୟ କ୍ଷେତ୍ରରେ ଭାରତର ପ୍ରଗତି ଓ ପ୍ରସିଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରତେକ ମନକି ବାତ କାର୍ଯ୍ୟକ୍ରମରେ କହିଥାନ୍ତି। ଭାରତର ଇତିହାସକୁ ନେଇ ଏହି ମନକି ବାତ କାର୍ଯ୍ୟକ୍ରମରେ ଭାରତ ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି।
ଏହି ଜିଲ୍ଲାସ୍ତରୀୟ ମନକି ବାତ କାର୍ଯ୍ୟକ୍ରମକୁ ଜିଲ୍ଲା ବିଜେପି ସମ୍ପାଦକ କୁନୁ ମୁଣ୍ଡା ପରିଚାଳନା କରିଥିଲେ। ମଂଚରେ ଉପସ୍ଥିତ ଥିଲେ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ଶିବାଜୀ ମହାନ୍ତି। ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା। ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ। କଂଟାବାଞ୍ଜି ବିଧାୟକ ଶ୍ରୀ ଲଖଣ ବାଗ। ଟିଟିଲାଗଡ଼ ବିଧାୟକ ଶ୍ରୀ ନବୀନ ଜୈନ, ଏସ୍ଡ଼ିସି ଚୈରମେନ ବଲ୍ଲଭ ଧରୁଆ, ଏସ୍ଡ଼ିସି ଭାଇସ ଚୈରମେନ ଜୟନ୍ତି ଭୋଇ, ଜିଲ୍ଲା ବିଜେପି ସମ୍ପାଦକ କୁନୁ ମୁଣ୍ଡା, ମନକି ବାତ କାର୍ଯ୍ୟକ୍ରମ ସଂଯୋଜକ ପ୍ରଶାନ୍ତ ଦାସ ଉପସ୍ଥିତ ଥିଲେ। ମହିଳା ମୋର୍ଚ୍ଚାର ଅଧିକାରୀ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ବିଜେପିର ସମସ୍ତ ମଣ୍ଡଳ ସଭାପତିମାନେ ଓ ବରିଷ୍ଠ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ