ଝାରସୁଗୁଡ଼ାରେ 'ସିଏମ୍-ସମ୍ପଦ'ର ମାସିକ ସମୀକ୍ଷା; ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ
Monthly review meeting on cm sampad
Review meeting


ଝାରସୁଗୁଡ଼ା,, 22 ଜୁଲାଇ (ହି.ସ.)ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି 'ସିଏମ୍-ସମ୍ପଦ' ଯୋଜନାର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ପରିଷଦ ନିର୍ବାହୀ ତଥା ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ବିକାଶକୁ ଆଗେଇ ନେବା ପାଇଁ ପ୍ରସ୍ତାବିତ 'ଟପ୍-ଅପ୍ ଇଣ୍ଟରଭେନ୍ସନ୍ସ' ଏବଂ ଏକାଧିକ ନୂତନ ଜନକଲ୍ୟାଣକାରୀ ପଦକ୍ଷେପ ଉପରେ ଦୀର୍ଘ ଆଲୋଚନା ଓ ସମୀକ୍ଷା କରାଯାଇଥିଲା।ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତାବଗୁଡ଼ିକୁ ଅନୁଧ୍ୟାନ କରିବା ପରେ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ଚୂଡ଼ାନ୍ତ ତାଲିକାକୁ ମାନ୍ୟବର ଜିଲ୍ଲାପାଳ ଅନୁମୋଦନ ପ୍ରଦାନ କରିଛନ୍ତି। ଏଥିସହିତ, ଯେଉଁ ସମସ୍ତ ପ୍ରସ୍ତାବିତ ଯୋଜନା ଡି ଏମ୍ ଏଫ୍ ପାଣ୍ଠି ପରିସରଭୁକ୍ତ ହୋଇପାରିନାହିଁ, ସେଗୁଡ଼ିକୁ ଆବଶ୍ୟକୀୟ ଅନୁଦାନ ପାଇଁ ଉପଯୁକ୍ତ ରାଜ୍ୟ ସରକାରୀ ପାଣ୍ଠି କିମ୍ବା ଅନ୍ୟାନ୍ୟ ଆର୍ଥିକ ଉତ୍ସରୁ ମଞ୍ଜୁରୀ ହାସଲ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande