
ନୂଆପଡ଼ା,୨୨ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ଠାରୁ ବୋଡେନକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ପଲସଦା ନଦୀରେ ନିର୍ମିତ ବ୍ରିଜ ଅଣଓସାରିଆ ରହିବାରୁ ଏକ ଓସାରିଆ ବ୍ରିଜ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ବୋଡେନ ଏକ ବ୍ଲକ ମୁଖ୍ୟାଳୟ ହୋଇଥିବା ବେଳେ ଏହି ରାସ୍ତାରେ ପ୍ରତିଦିନ ଶତାଧିକ ଯାନବାହାନ ଯାତାୟତ କରିଥାଏ । କିନ୍ତୁ ପଳସଦା ବ୍ରିକ ଅଣଓସାରିଆ ଥିବାରୁ ବିପଦ ସଙ୍କୁଳ ଅବସ୍ଥାରେ ଯାନବାହାନ ଯାତାୟାତ କରୁଅଛି। ଏହି ବ୍ରିଜ ୧୦ ରୁ ୧୨ ଫୁଟ ଓସାର ଥିବାରୁ ଏକାସାଙ୍ଗରେ ୨ ଗୋଟି ୪ ଚକିଆ ଯାନ ଯାତୟତ କରିପାରିନଥାଏ । ଯାହାଫଳରେ ଗୋଟିଏ ୪ ଚକିଆ ଯାନ ଅଟକି ରହିଲେ ଅନ୍ୟଯାନଟି ଅତିକ୍ରମ କରିଥାଏ । ଏକାସାଙ୍ଗରେ ୨ ଗୋଟି ୪ ଚକିଆ ଯାନ ଯାତାୟତ କଲେ ଦୁର୍ଘଟଣା ଘଟୁଥିବାର ନଜିର ରହିଛି । ଯାହାଫଳରେ ଏଠାରେ ଏକ ଓସାରିଆ ବ୍ରିଜ ନିର୍ମାଣର ଯଥେଷ୍ଟ ଆବଶ୍ୟକତା ରହିଅଛି । ଖଡିଆଳରୁ ବୋଡେନ ୨୬ କିଲୋମିଟର ରାସ୍ତା ଓସାରିଆ ଥିବା ବେଳେ ପଇସଦା ବ୍ରିଜ ଅଣ ଓସାରିଆ ରହିଛି । ନୂଆପଡ଼ା ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାର ଏକ ନୂତନ ବ୍ରିଜ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ