ଓଜେସି ପକ୍ଷରୁ ଭୁବନେଶ୍ୱରରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ
ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- ଓଡ଼ିଶା ଜନତା କଂଗ୍ରେସର ଭିନ୍ନ ଭିନ୍ନ ସାଂଗଠନିକ ଜିଲ୍ଲା ସଭାପତି ଘୋଷଣା ହେବାପରେ ସେହିସବୁ ଜିଲ୍ଲା ଗୁଡ଼ିକରେ ସାଂଗଠନିକ ଶକ୍ତିବୃଦ୍ଧି ନିମନ୍ତେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଏହିକ୍ରମରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାରେ ବୁଧବାର ସଭ୍ୟ ସଂଗ୍ରହ
dfgsrrge


ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- ଓଡ଼ିଶା ଜନତା କଂଗ୍ରେସର ଭିନ୍ନ ଭିନ୍ନ ସାଂଗଠନିକ ଜିଲ୍ଲା ସଭାପତି ଘୋଷଣା ହେବାପରେ ସେହିସବୁ ଜିଲ୍ଲା ଗୁଡ଼ିକରେ ସାଂଗଠନିକ ଶକ୍ତିବୃଦ୍ଧି ନିମନ୍ତେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଏହିକ୍ରମରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାରେ ବୁଧବାର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଅଛି। ସ୍ଥାନୀୟ ୟୁନିଟ୍-୧ ସ୍ଥିତ କସ୍ତୁରିବା ନାରୀମହଲଠାରେ ଆୟୋଜିତ ସଭାରେ ଦଳର ସଭାପତି ଇଂ ମହମ୍ମଦ ମୋକିମଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦଳର ଉପସଭାପତି ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସଭାପତି ବଦ୍ରି ନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହେବାପରେ ଓଜେସି ଏହି ସବୁ ମୌଳିକ ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ଲଢ଼େଇ କରିବ ବୋଲି ସଭାପତି ମହମ୍ମଦ ମୋକିମ୍ ଘୋଷଣା କରିଥିଲେ। ବିଗତ ଓ ବର୍ତ୍ତମାନ ସରକାରଙ୍କ ବିଫଳତା ପାଇଁ ଭୁବନେଶ୍ୱରର ବସ୍ତିବାସିନ୍ଦା ମାନଙ୍କର ଜୀବନଯାପନର ମାନ ଅତ୍ୟନ୍ତ ନିମ୍ନମାନର ହୋଇପଡ଼ିଥିବା ସ୍ଥଳେ, ସ୍ମାର୍ଟସିଟି ବୋଲାଉଥିବା ସହରରେ ରାସ୍ତାଘାଟ ଡ୍ରେନେଜ୍, ପିଇବା ପାଣି, ସ୍ୱରେଜ୍ ପରି ଅନେକ ସମସ୍ୟା ରହିଛି ବୋଲି ସେ କହିଥିଲେ।

ଆଗାମୀ ତିନିମାସ ମଧ୍ୟରେ ଭୁବନେଶ୍ୱରରେ ୧ ଲକ୍ଷ ସଦସ୍ୟଙ୍କୁ ଓଜେସିରେ ଯୋଡିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବସ୍ତିରୁ ଆରମ୍ଭ କରି କଲୋନୀ ପର୍ଯ୍ୟନ୍ତ ଯୁବ, ଛାତ୍ର, ମହିଳା ଓ ବରିଷ୍ଠ ନାଗରିକ ମାନଙ୍କ ଘରକୁ ଘର ପହଞ୍ଚି ଓଜେସି ସଂଗଠନକୁ ବୁଥ୍ ସ୍ତରରୁ ମଜବୁତ କରାଯିବ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବଦ୍ରି ନାରାୟଣ ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande