୫ କେଜି ଗଞ୍ଜେଇ ଜବତ, ଯୁବକ ଗିରଫ
Police caught one youth for ganja smuggling
Police caught


ଝାରସୁୁଗୁଡ଼ା, 22 ଜୁଲାଇ (ହି.ସ.) ଲଖନପୁର ପୁଲିସ୍ ଏନ୍ଏଚ୍ ୪୯ରେ ଚଢ଼ାଉ କରି ଚୋରା ଗଞ୍ଜେଇ ଚାଲାଣ କରୁଥିବା ଜନୈକ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ଅଢ଼ାପରା ଗ୍ରାମର ଅଜୟ କୁମାର ନାୟକ (୨୭)। ତାଠାରୁ ୫ କେଜି ୨୯୬ ଗ୍ରାମ ଗଞ୍ଜେଇ ସହ ବାଇକ ଓ ମୋବାଇଲ ଫୋନ୍ ଜବତ ହୋଇଛି। ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧୁକାରୀ ପୂର୍ଣ୍ଣମୀ ଓରାମ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଆରକ୍ଷୀ ଅଧକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଲଖନପୁର ପୁଲିସ୍ ପକ୍ଷରୁ ଏସଆଇ ରଶ୍ମି ଓରାମଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ ଏନ୍ଏଚ୍ ୪୯ ସ୍ଥିତ ବେହେରାଗୁଡ଼ା ଛକ ନିକଟରେ ଯାନବାହନ ଯାଞ୍ଚ କରୁଥିଲେ। ଏହି ସମୟରେ ଅଜୟ ଏକ ବାଇକରେ କଳା ଏୟାର ବ୍ୟାଗ ନେଇ ଯାଉଥିବା ଦେଖୁ ସନ୍ଦେହ କରି ପୁଲିସ ତାର ପିଛା କରି ନୂଆଁବନ୍ଧ ଛକରେ ଅଟକାଇଥିଲା। ଏଥି ସହ ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ଲଖନପୁର ଅତିରିକ୍ତ ତହସିଲଦାର କୁଲମଣି ଦଲାଇ ଙ୍କ ଉପସ୍ଥିତିରେ ଏୟାର ବ୍ୟାଗ ଯାଞ୍ଚ କରାଯିବାରୁ ସେଥୁରୁ ୫.୨୯୬ କେଜି ଗଞ୍ଜେଇ ମିଳିଥିଲା । ତଦନ୍ତ୍ର ସମୟରେ ଅଜୟ କୌଣସି ବୈଧ ଲାଇସେନ୍ସ ବା ଅନୁମତି ବିନା ତାହାକୁ ଚାଲାଣ କରୁଥିବା ସ୍ପଷ୍ଟ ହେବାରୁ ପୁଲିସ୍ ତାଙ୍କୁ ଗିରଫ କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande