
ଝାରସୁଗୁଡ଼ା, ୨୨ ଜୁଲାଇ (ହି.ସ.): ଝାରସୁଗୁଡ଼ା ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ବ୍ଲକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିବା ବେଳେ ଜିଲ୍ଲାର ହାରାହାରି ବର୍ଷା ପରିମାଣ ୪୪.୧୬ ମିଲିମିଟର ରେକର୍ଡ ହୋଇଛି। ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (ଡିଇଓସି) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ମୋଟ ୨୨୦.୮ ମିଲିମିଟର ବର୍ଷା ହୋଇଛି।
ବ୍ଲକଭିତ୍ତିକ ବର୍ଷା ପରିମାଣ ମଧ୍ୟରେ ଲଇକେରାରେ ସର୍ବାଧିକ ୫୮.୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କିର୍ମିରାରେ ୫୭.୦ ମିଲିମିଟର ବର୍ଷା ହୋଇଛି। ସେହିପରି ଝାରସୁଗୁଡ଼ା ବ୍ଲକରେ ୩୪.୦ ମିଲିମିଟର, କୋଲାବିରାରେ ୩୩.୬ ମିଲିମିଟର ଏବଂ ଲଖନପୁରରେ ୩୮.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଲଗାତାର ବର୍ଷା ପ୍ରଭାବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଣିପାଗ ଶୀତଳ ରହିଥିବା ବେଳେ ଚାଷ କାର୍ଯ୍ୟ ପାଇଁ ଏହି ବର୍ଷା ସହାୟକ ହେବ ବୋଲି ଆଶା କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ଷାଜନିତ ପରିସ୍ଥିତି ଉପରେ ନଜର ରଖାଯାଇଥିବା ସୂଚନା ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ