କେନ୍ଦ୍ରାପଡ଼ା ତହସିଲ ପରିସରରେ ରାଜସ୍ୱ ଅଭିଯୋଗ ଶୁଣାଣି ଅନୁଷ୍ଠିତ
କେନ୍ଦ୍ରାପଡ଼ା, ୨୨ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ତହସିଲ ପରିସରରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ), ନବକ୍ରିଷ୍ଣଜେନାଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜମି ସୀମା ନିର୍ଦ୍ଧାରଣ(ଡିମାର୍କେସନ), ନାମଜାରି(ମ୍ୟୁଟେସନ), ଜବରଦଖଲ(ଏନ୍କ୍ଲୋଚମେଂଟ) ଏ
କେନ୍ଦ୍ରାପଡ଼ା ତହସିଲ ପରିସରରେ ରାଜସ୍ୱ ଅଭିଯୋଗ ଶୁଣାଣି ଅନୁଷ୍ଠିତ...


କେନ୍ଦ୍ରାପଡ଼ା, ୨୨ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ତହସିଲ ପରିସରରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ), ନବକ୍ରିଷ୍ଣଜେନାଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜମି ସୀମା ନିର୍ଦ୍ଧାରଣ(ଡିମାର୍କେସନ), ନାମଜାରି(ମ୍ୟୁଟେସନ), ଜବରଦଖଲ(ଏନ୍କ୍ଲୋଚମେଂଟ) ଏବଂ ଓଡ଼ିଶା ଭୂମି ସଂସ୍କାର(ଓଏଲ୍ଆର୍) ସମ୍ବନ୍ଧୀୟ ମୋଟ ୨୨ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଗ୍ରହଣ କରାଯାଇଥିବା ମୋଟ ଅଭିଯୋଗ ମଧ୍ୟରୁ ୪ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବାବେଳେ ଅବଶିଷ୍ଟ ଅଭିଯୋଗଗୁଡ଼ିକର ନିୟମାନୁସାରେ ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜେନା ତହସିଲଦାର କୁଇନି ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଭିଯୋଗ ଶୁଣାଣୀରେ କାର୍ଯ୍ୟାଳୟର ବଡ଼ବାବୁ ନରହରି କିସ୍କୁ ସମେତ ପ୍ରଦୀପ ଦାସ, ସୌଭାଗ୍ୟ ଦାସ ପ୍ରମୁଖ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande