
ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ବୁଧବାର ଦିନ ଭବାନୀପାଟଣାସ୍ଥିତ ସହିଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଆୟୋଜିତ ଆଂଚଳିକ 'ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀ'ରେ ଯୋଗଦେଇଥିଲେ। ଏଥିରେ କଳାହାଣ୍ଡି ଜିଲ୍ଲାର ବ୍ଲକ୍ ଲେଭେଲ୍ ଫେଡେରେସନ୍ ଗୁଡ଼ିକର ସଦସ୍ୟାମାନେ ଯୋଗଦେଇଥିଲେ । ଏହି ସମ୍ମିଳନୀରେ ମହିଳା ସଶକ୍ତିକରଣର ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା ଏବଂ ମହିଳାମାନଙ୍କୁ ଆର୍ôଥକ ଓ ସାମାଜିକ ଭାବେ ଅଧିକ ସଶକ୍ତ କରିବା ବାବଦରେ ଆଲୋଚନା କରାଯାଇଥିଲା।
ସେହିପରି ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅବସରରେ ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ୍ ଯୋଜନା ଏବଂ ମିଲେଟ୍ ଅନ୍ ହ୍ୱିଲ୍ସର ଶୁଭାରମ୍ଭ କରାଯାଇଥିଲା । ଏହି ପ୍ରୟାସଗୁଡ଼ିକ ସ୍ୱୟଂ ସହାୟକ ଗୋଷ୍ଠୀର ମା'ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଗ୍ରାମୀଣ ଅର୍ଥନୀତି ବିକାଶରେ ସହାୟକ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା