
ନୂଆପଡ଼ା, ୨୨ ଜୁଲାଇ(ହି.ସ.) - ଜାତୀୟ ଦିବସ ପାଳନ କମିଟି ଖଡ଼ିଆଳ ଆନୁକୂଲ୍ୟରେ ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପଂଚାୟତ ସମିତି ସଭାଗୃହ ଠାରେ ପଂଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ କମିଟିର ସଭାପତି ଖଡ଼ିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମିଳନ କୁମାର ଝାଙ୍କର, ଉପ ସଭପତି ତହସିଲଦାର ନରସିଙ୍ଗ ଗାଦବା, କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ପ୍ରାକ୍ତନ ଅଧ୍ୟକ୍ଷ ମେଜର ଡକ୍ଟର ରାମଚନ୍ଦ୍ର ମିଶ୍ର, ରାଜା ଆର୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାରାଣୀ ଯୋଷୀ, ବିଧାୟକ ପ୍ରତିନିଧି ଅକ୍ଷୟ କୁମାର ନନ୍ଦ, ଏସଡିପିଓ ଉପେନ୍ଦ୍ର ପ୍ରଧାନ, ଆଇ ଆଇ ସି ସୁମନ୍ତ କୁମାର ନାଏକ, ସମ୍ପାଦକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁଚରଣ ନାୟକ, ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ, ବିଜ୍ଞାପିତ ଅଂଚଳ ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ ନିମାଇ ଚରଣ ତାଣ୍ଡି ପ୍ରମୁଖ ମଂଚାସୀନ ଥିଲେ। ଯୁଗ୍ମ ସମ୍ପାଦକ ତଥା ରାଜା ଆର୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଗୌରାଙ୍ଗ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ଗତ ସାଧାରଣତନ୍ତ୍ର ଦିବସର ଆୟ ବ୍ୟୟର ଅଟକଳ ଉପସ୍ଥାପନ କରିଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରତନ ସିଂ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ସହ ସମ୍ପାଦକ ଅଜିତ୍ ଚନ୍ଦ୍ର ପ୍ରଧାନ, ମମତା ପାଢ଼ୀ, ଡକ୍ଟର ସରୋଜ କୁମାର ପଣ୍ଡା, ଅରୁଣ କୁମାର ନାଗ, ଅଶୋକ କୁମାର ବେହେରା, ଶୁଭ୍ରାଂଶୁ ବେହେରା, ରୋଶନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ