ମାଲକାନଗିରି ବିମାନବନ୍ଦରରେ ଟ୍ରାଏଲ୍ ରନ୍ ସଫଳ
ମାଲକାନଗିରି,୨୨ ଜୁଲାଇ (ହି.ସ.) - ମାଲକାନଗିରି ଜିଲ୍ଲାରୁ ଆକାଶପଥକୁ ଆଗେଇବାର ସ୍ୱପ୍ନ ଆଜି ଆଉ ଏକ ପାଦ ଆଗକୁ ବଢ଼ିଛି। ସଫଳତାର ସହ ଶେଷ ହୋଇଛି ମାଲକାନଗିରି ବିମାନବନ୍ଦରର ଟ୍ରାଏଲ୍ ରନ୍।ଆଜି ଇଣ୍ଡିଆ ୱାନ୍ ଏୟାର୍ ପକ୍ଷରୁ ଏକ ୯ ସିଟ୍ ବିଶିଷ୍ଟ ବିମାନ ମାଲକାନଗିରି ବିମାନବନ୍ଦରରେ ସଫଳତାର ସହ ଅବତରଣ
ମାଲକାନଗିରି ବିମାନବନ୍ଦରରେ ଟ୍ରାଏଲ୍ ରନ୍ ସଫଳ ।


ମାଲକାନଗିରି ବିମାନବନ୍ଦରରେ ଟ୍ରାଏଲ୍ ରନ୍ ସଫଳ ।


ମାଲକାନଗିରି,୨୨ ଜୁଲାଇ (ହି.ସ.) - ମାଲକାନଗିରି ଜିଲ୍ଲାରୁ ଆକାଶପଥକୁ ଆଗେଇବାର ସ୍ୱପ୍ନ ଆଜି ଆଉ ଏକ ପାଦ ଆଗକୁ ବଢ଼ିଛି। ସଫଳତାର ସହ ଶେଷ ହୋଇଛି ମାଲକାନଗିରି ବିମାନବନ୍ଦରର ଟ୍ରାଏଲ୍ ରନ୍।ଆଜି ଇଣ୍ଡିଆ ୱାନ୍ ଏୟାର୍ ପକ୍ଷରୁ ଏକ ୯ ସିଟ୍ ବିଶିଷ୍ଟ ବିମାନ ମାଲକାନଗିରି ବିମାନବନ୍ଦରରେ ସଫଳତାର ସହ ଅବତରଣ କରିଥିଲା।ବିମାନଟି ରନୱେରେ ଅବତରଣ କରିବା ପରେ ପ୍ରଶାସନ ପକ୍ଷରୁ ୱାଟର କ୍ୟାନନ୍ ସାଲ୍ୟୁଟ୍ ମାଧ୍ୟମରେ ଏହାକୁ ସ୍ୱାଗତ କରାଯାଇଥିଲା। ବିମାନବନ୍ଦର ପରିସରରେ ଉପସ୍ଥିତ ଥିଲେ ଜିଲ୍ଲା ପ୍ରଶାସନ, ବିମାନବନ୍ଦର କର୍ତ୍ତୃପକ୍ଷ, ସୁରକ୍ଷା ସଂସ୍ଥା ଓ ଇଣ୍ଡିଆ ୱାନ୍ ଏୟାର୍ର ଅଧିକାରୀମାନେ।

ଟ୍ରାଏଲ୍ ରନ୍ ପରେ ପାଇଲଟ କହିଛନ୍ତି ଯେ ଅବତରଣ ଓ ରନୱେ ସମେତ ବିଭିନ୍ନ ବ୍ୟବସ୍ଥାର ମୂଲ୍ୟାଙ୍କନ କରି ସମ୍ପୂର୍ଣ୍ଣ ରିପୋର୍ଟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଦିଆଯିବ। ପ୍ରାଥମିକ ଭାବେ ବ୍ୟବସ୍ଥା ସନ୍ତୋଷଜନକ ଥିବା କଥା କୁହାଯାଇଛି। ତେବେ ଅନ୍ତିମ ଅନୁମୋଦନ ଓ ପରବର୍ତ୍ତୀ ପ୍ରକ୍ରିୟା ପରେ ନିୟମିତ ବିମାନ ସେବା ଆରମ୍ଭ ନେଇ ନିଷ୍ପତ୍ତି ହେବ।

ମାଲକାନଗିରିରୁ ଭୁବନେଶ୍ୱର ଓ ବିଶାଖପଟଣାକୁ ନିୟମିତ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହେଲେ ଜିଲ୍ଲାର ଯୋଗାଯୋଗ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିପାରେ। ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ସ୍ଥାନୀୟ ଲୋକଙ୍କ ଆଶା। ବିଶେଷ କରି ଜରୁରୀ ଚିକିତ୍ସା, ଛାତ୍ରଛାତ୍ରୀଙ୍କ ଯାତାୟାତ ଏବଂ ବ୍ୟବସାୟିକ ସଂଯୋଗ କ୍ଷେତ୍ରରେ ଏହା ବଡ଼ ସହାୟକ ହୋଇପାରେ।ଦୀର୍ଘ ଦିନ ଧରି ଯେଉଁ ସ୍ୱପ୍ନକୁ ମାଲକାନଗିରିବାସୀ ଅପେକ୍ଷା କରି ରହିଥିଲେ, ଆଜିର ସଫଳ ଟ୍ରାଏଲ୍ ରନ୍ ସେହି ସ୍ୱପ୍ନକୁ ବାସ୍ତବର ଆହୁରି ନିକଟକୁ ନେଇଆସିଛି। ଏବେ ସମସ୍ତଙ୍କ ନଜର ରହିଛି ପରବର୍ତ୍ତୀ ଅନୁମୋଦନ ପ୍ରକ୍ରିୟା ଏବଂ ନିୟମିତ ବିମାନ ସେବା ଆରମ୍ଭ ଉପରେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande