
ଗଂଜାମ, 22 ଜୁଲାଇ (ହି.ସ.) କିରାପଲ୍ଲୀ ଗ୍ରାମରେ ଜଣେ ବ୍ୟକ୍ତି ଙ୍କଘରେ ବୁଗୁଡ଼ା ଫରେଷ୍ଟରେଞ୍ଜ କର୍ମଚାରୀ ମାନେ ଚଢାଉ କରି ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର କରିଛନ୍ତି। ବଜ୍ରକାପ୍ତାର ଓଜନ ପ୍ରାୟ ୭କେଜି୧୦୦ ରହିଛି ା। ଏହି ଘଟଣ ରେ ବଜ୍ରକାପ୍ତାଟିକୁ ଘରେ ରଖିଥିବା ଅଭିଯୋଗରେ ସନ୍ତୋଷ ଗଉଡ(୩୨) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ବଜ୍ରକାପ୍ତାଟିର ମୂଲ୍ୟ ପ୍ରାୟ ୩୫ଲକ୍ଷ ଟଙ୍କା ଆନ୍ତର୍ଜାତିକ ବଜାରରେ ହେଵ ଵୋଲି ରେଞ୍ଜର ମାନସ କୁମାର ସାହୁ ସୂଚନା ଦେଇଛନ୍ତି। ଵଜ୍ରକାପ୍ତାଟିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ