ମାଧ୍ୟମିକ ବିଦ୍ୟାଳୟ ପରିଚାଳନା କମିଟି ଗଠନରେ ବ୍ୟାପକ ଅନିୟମିତତା
କେନ୍ଦ୍ରାପଡ଼ା, ୨୨ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ମାଧ୍ୟମିକ ବିଦ୍ୟାଳୟ ପରିଚାଳନା କମିଟି ଗଠନରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଛି। ଏ ନେଇ କେତେକ ବୁଦ୍ଧିଜୀବୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଉଲ୍ଲେଖ ରହିଛି ଯେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ଯୋଜନା ଅଧିକାର
ମାଧ୍ୟମିକ ବିଦ୍ୟାଳୟ ପରିଚାଳନା କମିଟି ଗଠନରେ ବ୍ୟାପକ ଅନିୟମିତତା


କେନ୍ଦ୍ରାପଡ଼ା, ୨୨ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ମାଧ୍ୟମିକ ବିଦ୍ୟାଳୟ ପରିଚାଳନା କମିଟି ଗଠନରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଛି। ଏ ନେଇ କେତେକ ବୁଦ୍ଧିଜୀବୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଉଲ୍ଲେଖ ରହିଛି ଯେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ଯୋଜନା ଅଧିକାରୀଙ୍କ ନିର୍ଦ୍ଦେଶନାମା ୭୦୬୩/ଏସ୍ଏମ୍ସି/୨୬ ଅନୁଯାୟୀ ରାଜ୍ୟରେ ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ପରିଚାଳନା କମିଟି ଗଠନ ପାଇଁ ନିୟମାବଳୀ ପ୍ରକାଶ ପାଇଥିଲା। ପରିଚାଳନା କମିଟି ସହ ଦୁଇଟି ଉପକମିଟି(ନିର୍ମାଣ କମିଟି ଓ ଶିକ୍ଷା କମିଟି) ଗଠନର ବ୍ୟବସ୍ଥା ରହିଛି। ଆବଶ୍ୟକ ସଂଖ୍ୟକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପିତାମାତାଙ୍କ ଉପସ୍ଥିତିରେ ବିଭିନ୍ନ ବର୍ଗର ନିୟମାବଳୀରେ ଉଲ୍ଲେଖ ଥିବା ପୁରୁଷ ଓ ମହିଳାସଭ୍ୟମାନଙ୍କୁ ନେଇ ଏକ ବିଦ୍ୟାଳୟ ପରିଚାଳନା ଗଠନ କରାଯିବ। ପରବର୍ତୀ ବୈଠକରେ ଚିହ୍ନଟ କରାଯାଇଥିବା ସଭ୍ୟମାନଙ୍କ ମଧ୍ୟରୁ ଅଧ୍ୟକ୍ଷ ପୁରୁଷ ବା ମହିଳା ବର୍ଗର ଏବଂ ଉପାଧ୍ୟକ୍ଷ ନିର୍ଦ୍ଦିଷ୍ଟ ମହିଳା ସଭ୍ୟଙ୍କୁ ନିର୍ବାଚିତ କରାଯିବ। ଏହା ସିଆର୍ସିସିଙ୍କ ମାଧ୍ୟମରେ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅନୁମୋଦନ ଲାଭ କରିବ। ପରବର୍ତୀ ପର୍ଯ୍ୟାୟରେ ଦୁଇଟି ଉପ କମିଟି ଗଠନ କରାଯିବା ନିୟମାବଳୀରେ ଉଲ୍ଲେଖ ରହିଛି। କିନ୍ତୁ ଆମ ଜିଲ୍ଲାର ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନେ ଉଦ୍ଦେଶ୍ୟମୂଳକ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ଶିକ୍ଷା କମିଟିରେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକମାନଙ୍କୁ ଅବସ୍ଥାପିତ କରି କମିଟି ଗଠନ ପ୍ରକ୍ରିୟା ଶେଷ କରି ଦେଇଛନ୍ତି। ଆନେକ୍ସର-ଭି ଅନୁଯାୟୀ ବିଦ୍ୟାଳୟ ଶିକ୍ଷା କମିଟିରେ କେଉଁ କେଉଁ ବିଦ୍ୟାଳୟମାନଙ୍କରେ କି ପ୍ରକାର ଶିକ୍ଷକ ରହିବେ ତାହା ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରାଯାଇନାହିଁ। ତେଣୁ କେତେକ ସୁବିଧାବାଦୀ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶିକ୍ଷା କମିଟିରେ ସେହି ଅଂଚଳର ଅବସରପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସାମିଲ ନକରି ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସ୍ଥାନିତ କରି ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାକୁ ଦିଗହରା କରିବାର ପ୍ରୟାସ କରିଛନ୍ତି। ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେବାର ଏହି ହୀନ ଉଦ୍ୟମକୁ ପିତା ମାତାମାନେ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ସରକାର ଏ କ୍ଷେତ୍ରରେ କେଉଁମାନେ ଶିକ୍ଷା କମିଟିରେ ରହିବେ ସେ ନେଇ ସ୍ପଷ୍ଟ କରନ୍ତୁ। ଯଦି ସରକାର ଏ ଦିଗରେ କୌଣସି ପଦକ୍ଷେପ ନନେବେ ତେବେ ଏହା ଜନ ଆନ୍ଦୋଳନର ରୂପ ନେବ ବୋଲି ବୁଦ୍ଧିଜୀବୀ ଶରତ କୁମାର ବେହୁରା, ଶିକ୍ଷାବିତ୍ କାଶୀନାଥ ରାଉତରାୟ, ହିରଣ୍ୟ ପଣ୍ଡା, ସୟଦ ଅବଦୁଲ ସତାର, ଆଇନ୍ଜୀବୀ ବିଧୁଭୂଷଣ ମହାପାତ୍ର, ବୁଦ୍ଧିଜୀବୀ ରଶ୍ମିରଞ୍ଜନ ଚୌଧୁରୀ ପ୍ରମୁଖ ଜିଲାପାଳଙ୍କ ନିକଟରେ କରିଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande