ମାଛ ଧରିବାକୁ ଯାଇ ଯୁବକଙ୍କ ମୃତ୍ୟୁ
ମାଲକାନଗିରି , ୨୨ ଜୁଲାଇ (ହି.ସ.) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଧୁଙ୍ଗିଆପୁଟ ପଞ୍ଚାୟତର ଡୁର୍କାଯୋଡ଼ି ଗ୍ରାମରେ ମାଛ ଧରିବାକୁ ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଡମ୍ବରୁ ଓଡି (୩୫)। ସୂଚନା ଅନୁଯାୟୀ, ଗ୍ରାମବାସୀମାନେ ମିଳିତ ଭାବେ ନଦୀରେ ଏକ ଅସ୍ଥାୟୀ ବନ୍ଧ ନିର୍ମା
ମାଛ ଧରିବାକୁ ଯାଇ ଯୁବକଙ୍କ ମୃତ୍ୟୁ


ମାଲକାନଗିରି , ୨୨ ଜୁଲାଇ (ହି.ସ.) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଧୁଙ୍ଗିଆପୁଟ ପଞ୍ଚାୟତର ଡୁର୍କାଯୋଡ଼ି ଗ୍ରାମରେ ମାଛ ଧରିବାକୁ ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଡମ୍ବରୁ ଓଡି (୩୫)। ସୂଚନା ଅନୁଯାୟୀ, ଗ୍ରାମବାସୀମାନେ ମିଳିତ ଭାବେ ନଦୀରେ ଏକ ଅସ୍ଥାୟୀ ବନ୍ଧ ନିର୍ମାଣ କରି ମାଛ ଧରୁଥିଲେ। ଏହି ସମୟରେ ଡମ୍ବରୁ ଓଡି ମାଛ ଧରିବା ପାଇଁ ନଦୀକୁ ଯାଉଥିବାବେଳେ ଅସାବଧାନତାବଶତଃ ପାଣିର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜିଲ୍ଲାପରିଷଦ ସଦସ୍ୟା ଲକ୍ଷ୍ମୀପ୍ରିୟା ନାୟକ ଜାଣିବା ପରେ ସେ ମାଥିଲି ଥାନା ଆଇଆଇସି ଦୀପାଞ୍ଜଳି ପ୍ରଧାନଙ୍କୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ତଲାସି ଅଭିଯାନ ଚଳାଇଥିଲେ। ଶେଷରେ ଆଜି ସକାଳେ ନଦୀରୁ ଡମ୍ବରୁ ଓଡିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ମୃତଦେହ ଦହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମୃତଦେହକୁ ମାଥ୍ଲି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି!

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande