
ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- କୋଭିଡ୍ -୧୯ବାବଦରେ ଯେଉଁ ତଥ୍ୟ ମୂଲ୍ୟାଙ୍କନ ହୋଇଛି ସେଥିରେ ଏହାର ସ୍ତର ବହୁତ କମ ରହିଛି ବୋଲି ସୂଚିତ ହେଉଛି । ଏଥିରେ ବିଚଳିତ ନ ହେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହା ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ କହିଛି ଯେ କୋଭିଡ୍ -୧୯ ପରିସ୍ଥିତି ବାବଦରେ ଗଣମାଧ୍ୟମ ରିପୋର୍ଟଗୁଡ଼ିକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଚାରକୁ ନେଇଛି । ଭାରତ ସରକାରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ , ଆଇଡିଏସପି (ଇଂଟିଗ୍ରେଟେଡ୍ ଡିଜିଜ୍ ସର୍ଭେଲାନ୍ସ ପ୍ରୋଗ୍ରାମ ), ଆଇସିଏମଆର (ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ) କୋଭିଡ୍ -୧୯ବାବଦରେ ସ୍ୱାଧୀନ ଭାବରେ ଯେଉଁ ତଥ୍ୟ ମୂଲ୍ୟାଙ୍କନ କରିଛନ୍ତି ସେଥିରେ ଏହାର ସ୍ତର ବହୁତ କମ ରହିଛି ବୋଲି ସୂଚିତ ହେଉଛି । ଏଥିରେ ବିଚଳିତ ନ ହେବାକୁ କୁହା ଯାଇଛି । ରୋଗୀଙ୍କ ପାଇଁ ନିୟମିତ ନିରୀକ୍ଷଣ ଏବଂ କ୍ଲିନିକାଲ୍ ମାନଙ୍କ ସତର୍କତା ଭାରତ ସରକାରଙ୍କ ପ୍ରୋଟୋକଲ ଅନୁସାରେ ଅବଲମ୍ବନ କରାଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା