
ଭୁବନେଶ୍ୱର, 22 ଜୁଲାଇ (ହି.ସ.)-ଚିନ୍ତା ବଢାଇଲା କୋଭିଡ । ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶାରେ
ଚିହ୍ନଟ ହେଲେ ରାଜ୍ୟର ପ୍ରଥମ କରୋନା ସଂକ୍ରମିତ । ସଂକ୍ରମିତ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲାର
ବୋଲି ଜଣା ପଡ଼ିଛି । ବର୍ତ୍ତମାନ ଏମକେସିଜିରେ ସେହି କୋରନା ସଂକ୍ରମିତଙ୍କ ଚାଲିଛି ଚିକିତ୍ସା ।
ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସୀମାନ୍ତ ଜିଲ୍ଲାକୁ ଆଲର୍ଟରେ ରଖା
ଯାଇଛି । ଆନ୍ଧ୍ର ସୀମାକୁ ଲାଗିଥିବା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି।
ସେହିପରି ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କୋଭିଡ ଟେଷ୍ଟିଂ ବଢ଼ାଇବାକୁ ଏବଂ
ଆଇସୋଲେସନ ୱାର୍ଡ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ବିଶେଷ କରି ଗଞ୍ଜାମ ଭଳି ସୀମାନ୍ତ
ଜିଲ୍ଲାଗୁଡ଼ିକରେ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ଏବଂ ଅକ୍ସିଜେନ ବେଡ୍ ପ୍ରସ୍ତୁତ ରଖାଯାଇଛି ।
ତେବେ ସଚେତନତା ମୂଳକ ପଦକ୍ଷେପ ଅନୁଯାୟୀ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଗଲେ ମାସ୍କ ପିନ୍ଧିବା ଓ
ହାତ ସଫା ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା