
ଭୁବନେଶ୍ୱର, 22 ଜୁଲାଇ (ହି.ସ.)- ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା
ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ
କହିଛନ୍ତି ଯେ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନଭିସ ଜୀଙ୍କୁ ଜନ୍ମଦିନର
ଆନ୍ତରିକ ଓ ହାର୍ଦ୍ଦିକ ଶୁଭେଚ୍ଛା।
ପ୍ରଭୁଙ୍କ କୃପାରୁ ସେ ସୁସ୍ଥ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ଅବିରତ
କର୍ମଶକ୍ତିରେ ସମୃଦ୍ଧ ରୁହନ୍ତୁ ଏବଂ ଜନସେବାରେ ନିରନ୍ତର ସମର୍ପିତ ରୁହନ୍ତୁ। ମହାରାଷ୍ଟ୍ରକୁ
ନିରନ୍ତର ପ୍ରଗତି ଓ ବିକାଶର ପଥରେ ଆଗେଇ ନେବାରେ ତାଙ୍କୁ ସର୍ବାଙ୍ଗୀଣ ସଫଳତା ମିଳୁ—ଏହି
ଶୁଭକାମନା ଜଣାଇଛନ୍ତି ରାଜ୍ୟପାଳ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା