ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି ଦୋହରାଇଲେ ନବୀନ
ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ ବୋଲି ପୁଣି ଦୋହରାଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଦିଲ୍ଲୀ ଗସ୍ତରୁ ଭୁବନେଶ୍ୱର ଫେରିବା ପରେ ରଖିଲେ ଏପରି ପ୍ରତିକ୍ରିୟା ରଖିଛନ୍ତି ନବୀନ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହି
Naveen Patnaik (File Photo)


ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ ବୋଲି ପୁଣି ଦୋହରାଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଦିଲ୍ଲୀ ଗସ୍ତରୁ ଭୁବନେଶ୍ୱର ଫେରିବା ପରେ ରଖିଲେ ଏପରି ପ୍ରତିକ୍ରିୟା ରଖିଛନ୍ତି ନବୀନ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଗତକାଲି କହିସାରିଛି ଆନ୍ଦୋଳନ ସାରା ଦେଶରେ ଚାଲିଛି। ଆମେ ଓଡ଼ିଶାରେ ବି ଆନ୍ଦୋଳନ କରୁଛୁ। ଆଗକୁ ବି ବିଜେଡି ଓଡ଼ିଶାରେ ଆନ୍ଦୋଳନ କରିବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଭାରତ ବର୍ଷର ସମସ୍ତେ ଚାହୁଁଛନ୍ତି। କେବଳ ଦେଶ ନୁହେଁ ବିଦେଶରେ ବି ଆନ୍ଦୋଳନ ଦେଖିବାକୁ ମିଳିଛି। ଛାତ୍ରମାନଙ୍କ ଉପରେ ପୋଲିସର ହିଂସାକାଣ୍ଡକୁ ନେଇ ସମସ୍ତେ ଚକିତ। ସଂସଦର ବିରୋଧୀଦଳ ନେତା ଓ ଅନ୍ୟ ସିନିୟର ନେତାଙ୍କୁ ରଫ୍ ବ୍ୟବହାର ହୋଇଛି। ପୋଲିସ ଯେଉଁଭଳି ରଫ୍ ବ୍ୟବହାର କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ନବୀନ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande