
ଭୁବନେଶ୍ୱର, 22 ଜୁଲାଇ (ହି.ସ.)- ସମସ୍ତ ଚାଷୀଙ୍କୁ ସାର ପ୍ରଦାନ କରିବାକୁ
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ବିଜେଡି ନେତା ସଞ୍ଜୟ ଦାସ ବର୍ମା । ସେ
କହିଛନ୍ତି ଯେ, ସାର ପାଇଁ ଜାତୀୟ ସ୍ତରରେ ଗୋଟିଏ ନ୍ୟାସନାଲ ଫ୍ରେମ୍ ୱର୍କ କରାଗଲା। ସେହି
ପଲିସି ଅନୁସାରେ କୃଷି ଓ ସମବାୟ ବିଭାଗର ମିଳିତ ଆନୁକୂଲ୍ୟରେରେ ଏହା ଚାଷୀଙ୍କୁ ସାହାଯ୍ୟ
କରାଯିବ ବୋଲି କୁହାଗଲା। ହେଲେ ୩ ଦିନ ତଳେ ମନ୍ତ୍ରୀ କହିଲେ ୧,୮୧ ହଜାର ମେଟ୍ରିକ୍
ଟନ ବଣ୍ଟନ କରାଯାଇଛି ଓ ରାଜ୍ୟରେ ପର୍ଯ୍ୟାପ୍ତ ମାତ୍ରାରେ ସାର ଅଛି। ହେଲେ କେବେ ଲୋକମାନେ ସାର
ପାଇ ପାରିବେ। ଓଡ଼ିଶାର ଚାଷୀ କୂଳକୁ ମାରିଦେବା ପାଇଁ ସରକାର ଏହି ନୂଆ ପ୍ରାୟୋଜିତ
କାର୍ଯ୍ୟକ୍ରମ କରୁଛନ୍ତି। ଚାଷୀ ମାନଙ୍କୁ ନାହିଁ ନଥିବା ହଇରାଣ ମଧ୍ୟ କରାଯାଉଛି। କିନ୍ତୁ
ସୋସାଇଟି ନିଷ୍ପତି କରିଛି ମାତ୍ର ୩୦ ଜଣ ଲୋକଙ୍କୁ ସେମାନେ ସାର ଦେବେ। ତେବେ ମୁଖ୍ୟମନ୍ତ୍ରୀ ଏ
ନେଇ ହସ୍ତକ୍ଷେପ କରି ଚାଷୀ ମାନଙ୍କୁ ସାହାଯ୍ୟ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା