
ଜୟପୁର, 22 ଜୁଲାଇ (ହି.ସ.) - ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣା ପରେ କୋରାପୁଟ ଜିଲାରେ ବର୍ତ୍ତମାନ ସୁଦ୍ଧା କୌଣସି ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ପୃଷ୍ଠା ଯୋଗାଇ ଦିଆଯାଇ ନାହିଁ । ଫଳରେ ଛାତ୍ର ଛାତ୍ରୀ ଅବିଭାବକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସରକାର ଯାହା କହୁଛନ୍ତି ତାହା ମଧ୍ୟ କାର୍ଯ୍ୟକାରି କରୁ ନାହାଁନ୍ତି । ଫଳରେ ଅବିଭାବକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ହେଲେ ଛାତ୍ରଛାତ୍ରୀ କିପରି ପାଠ ପଢ଼ିବେ ସରକାରିଙ୍କ ଚିନ୍ତା ନାହିଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଟି ରିପୋର୍ଟ ଦେଇଥିଲେ । ଏହାକୁ ଆଧାର କରି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ । ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆରଟି କୁ କ୍ରାଇମ୍ବ୍ରାଞ୍ଚରେ ଅଭିଯୋଗ କରିବାକୁ ନିର୍ଦ୍ଦେଶ ଦେଲେ । ହେଲେ ଛାତ୍ରଛାତ୍ରୀ କିପରି ପାଠ ପଢ଼ିବେ କାହାର ଚିନ୍ତା ନାହିଁ । ଏହି ବାଦ ବିବାଦକୁ ପ୍ରାୟ ଏକ ମାସ ହୋଇଗଲାଣି । ହେଲେ ଏଯାବତ ଶିକ୍ଷକଙ୍କ ପାଖେ ସଂଶୋଧିତ ପୁସ୍ତିକା ପହଞ୍ଚିଲା ନାହିଁ । ପିଲାମାନେ ସେହି ତ୍ରୁଟିପୂର୍ଣ୍ଣ ବହିରେ ପାଠପଢ଼ୁଛନ୍ତି । କେବେ ପିଲାଙ୍କ ପାଖେ ସଂଶୋଧିତ ବହି ପହଞ୍ଚିବ ତାହା କେହି ଜାଣି ନାହାନ୍ତି କି କାହାରି ପାଖେ ଉତ୍ତର ମଧ୍ୟ ନାହିଁ । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଟି କରି ୭ଦିନରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ । ତଦନ୍ତ କମିଟିର ରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀ ୪ଜଣଙ୍କୁ ନିଲମ୍ବିତ କରିବା ସହ ୬ଜଣ ଅଧିକାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ । ଏଥିସହ କମିଟିର ୧୪ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଗଲା । ଏଥିରେ ଥିଲା ୭ ଦିନ ମଧ୍ୟରେ ମୁଖ୍ୟ ତ୍ରୁଟି ସଂଶୋଧିତ ପୁସ୍ତିକା ପ୍ରକାଶ କରାଯିବ । ଛାତ୍ରଛାତ୍ରୀଙ୍କୁ ସଂଶୋଧିତ୍ ସିଟ୍ ପ୍ରଦାନ କରାଯିବ । ଏକ ସାର୍ବଜନୀନ ତ୍ରୁଟି ସଂଶୋଧନ ପୋର୍ଟାଲ ଖୋଲାଯିବ । ପାଠ୍ୟପୁସ୍ତକରେ ଥିବା ଭୁଲ୍ ଥିବା ପୃଷ୍ଠାକୁ ବଦଳାଇ ସେଠାରେ ନୂଆ ପୃଷ୍ଠା ପ୍ରିଣ୍ଟିଂ କରି ଯୋଗାଇ ଦିଆଯିବ । ସମସ୍ତ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ପୃଷ୍ଠା ଯୋଗାଇ ଦିଆଯିବ ।
ସଂଶୋଧିତ ପିଡିଏଫ୍କୁ ଅଫିସିଆଲ୍ ଶିକ୍ଷଣ ସଂସ୍କରଣ ଭାବେ ଘୋଷଣା କରାଯିବ । ଶିକ୍ଷକଙ୍କ ପାଇଁ ତୁରନ୍ତ ସଂଶୋଧନ ସଂପର୍କିତ ଦିଗଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହାପରେ ଜୁଲାଇ ୧ ତାରିଖରେ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗଣା ମଧ୍ୟମକୁ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପର୍ଯ୍ୟନ୍ତ ସଂଶୋଧିତ ତଥ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରାଯାଇ ପାଠପଢ଼ା ଚାଲୁ ରହିବ ବୋଲି ସୁଚନା ଦିଆଯାଇଛିଥିଲା । ସରକାର ଯଥା ଶୀଘ୍ର ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ବିଶେଷଜ୍ଞମାନଙ୍କର ପରାମର୍ଶ ନିଆଯାଉଛି । ଖୁବ୍ ଶୀଘ୍ର ସଂଶୋଧିତ ବହି ବିଭାଗ ଏବଂ ଓସେପାର ୱେବ୍ସାଇଟ୍ରେ ଅପଲୋଡ୍
ହେବ । ଏହାକୁ ଶିକ୍ଷାବିତ୍ ଏବଂ ଜନସାଧାରଣଙ୍କ ମତାମତ ପାଇଁ ଆହ୍ୱାନ କରାଯିବ । ସମସ୍ତଙ୍କ ମତାମତକୁ ବିଚାର କରି ସଂଶୋଧିତ ବହି ପ୍ରସ୍ତୁତ କରାଯିବ । ଠିକ୍ ଏହାର ପରଦିନ ବିଭାଗ ପକ୍ଷରୁ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ ପାଠ୍ୟପୁସ୍ତକକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଏସ୍ସିଇଆରଟି ଏବଂ ଓସେପା ୱେବ୍ସାଇଟ୍ରେ ଦିଆଗଲା । ଏହି ପୁସ୍ତକ ଗୁଡ଼ିକ ସଂପର୍କରେ ଜନସାଧାରଣ ଓ ଶିକ୍ଷାବିତ୍ଙ୍କ ମତାମତ ପାଇଁ ଆହ୍ୱାନ କରାଗଲା । ଏନେଇ ବିଭାଗ ପକ୍ଷରୁ ମଧ୍ୟ ସୂଚନା ଦିଆଗଲା । ଏସ୍ସିଇଆରଟି ୱେବ୍ସାଇଟ୍ରେ ‘ମହାନ୍ ବିପ୍ଲବୀ ମାଧୋ ସିଂହ’ ସଂଶୋଧିତ ପ୍ରସଙ୍ଗକୁ ଅପଲୋଡ୍ କରାଯାଇଛି । ସେହିପରି ସପ୍ତମଶ୍ରେଣୀର ସାହିତ୍ୟ ସୁମନ ପାଠ୍ୟପୁସ୍ତକର ସଂଶୋଧିତ ପୁସ୍ତିକା ଅପଲୋଡ୍ କରାଯାଇଛି । ଓସେପା ୱେବ୍ସାଇଟ୍ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ସଂଶୋଧିତ ପାଠ୍ୟପୁସ୍ତକକୁ ମଧ୍ୟ ଅପଲୋଡ୍ କରାଯାଇଛି । ହେଲେ କୁହାଯାଇଥିବା ସଂଶୋଧିତ ପୁସ୍ତିକା ଏଯାବତ ସ୍କୁଲରେ ପହଞ୍ଚିନି । ଯାହାକୁ ନେଇ ଏବେ ଚିନ୍ତାରେ ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ । ୭ ଦିନ ଯାଇ ମାସେ ପାଖାପାଖି ହେଲାଣି କୌଣସି ସଂଶୋଧିତ ପୁସ୍ତିକା ପହଞ୍ଚିନି । ଶିକ୍ଷକମାନେ ଯେତିକି ପାରୁଛନ୍ତି ସେତିକି ସଂଶୋଧନ କରି ପଢ଼ାଉଛନ୍ତି । ଏପରିକି ସଂଶୋଧିତ ବହି ଏହି ଶିକ୍ଷାବର୍ଷ ଦିଆଯିବ କହିଲେ, ହେଲେ ଏଯାବତ ଛପା ଯାଇଥିବା ପୂର୍ବ ବହି ମଧ୍ୟ ପିଲାଙ୍କ ପାଖେ ପହଞ୍ଚିନି । ତେଣୁ ସରକାର ଙ୍କ ଛାତ୍ର ଛାତ୍ରୀ ଙ୍କ ନିକଟରେ ସଂଶୋଧିତ ପୃଷ୍ଠା ଯୋଗାଇ ଦେବାକୁ ଦାବୀ ହୋଇଛି । ସଂଶୋଧିତ ପୃଷ୍ଠା ଯୋଗା ଦେଲେ ଛାତ୍ରଛାତ୍ରୀ ଅବିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ଉପ କୃତ ହୋଇ ପାରିବେ ବୋଲି ମତ ପ୍ରକାଶ ପାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି