
ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଧବାର ୯ କୋଟି ୩ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ ଘାଟନ କରାଯାଇଛି । ଏହି କ୍ରମରେ ମଦନପୁର-ରାମପୁରଠାରେ ଅଗରବତୀ ପ୍ରସ୍ତୁତି କେନ୍ଦ୍ର, ଥୁଆମୂଳ-ରାମପୁରଠାରେ ଆମ୍ବରସ ପ୍ରକ୍ରିୟାକରଣ ଓ କ୍ୟାଣ୍ଡି ପ୍ରସ୍ତୁତି କେନ୍ଦ୍ର, ଭବାନୀପାଟଣାଠାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ଏବଂ ୨୪ଟି ଗ୍ରାମପଂଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ରର ଉଦ୍ଘାଟନ କରାଯାଇଛି। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକଳ୍ପ ଗୁଡିକର ଉଦଘାଟନ କରିଥିଲେ।
ଏହି ପ୍ରକଳ୍ପଗୁଡ଼ିକ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ମା' ଓ ଭଉଣୀମାନଙ୍କ ପାଇଁ ଜୀବିକାର ନୂତନ ସୁଯୋଗ ସୃଷ୍ଟି କରିବା ସହ ସେମାନଙ୍କ ଆର୍ôଥକ ଶକ୍ତି ସୁଦୃଢ଼ କରିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା