ଦୁଇ ବାଇକ ମୁହାଁମୁହିଁ ଧକ୍କା : ଜଣେ ଗୁରୁତର
Accident between two bikes
Accident between two bikes


ଝାରସୁୁଗୁଡ଼ା, ୨୫ ଜୁଲାଇ (ହି.ସ.) ଜାତୀୟ ରାଜପଥ-୪୯ର କୋଲାବିରା ଡାକ୍ତରଖାନା ଛକ ନିକଟରେ ଶନିବାର ସନ୍ଧ୍ୟାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ କୋଲାବିରା ଗ୍ରାମର ଚିନ୍ତାମଣି ସାହୁ (୫୩)।

ସୂଚନା ଅନୁଯାୟୀ, ଚିନ୍ତାମଣି କୁମ୍ଭାରପଡ଼ାରୁ ନିଜ ବାଇକରେ ଘରକୁ ଫେରୁଥିବା ବେଳେ ଡାକ୍ତରଖାନା ଛକ ନିକଟରେ ଜାତୀୟ ରାଜପଥକୁ ଉଠିଥିଲେ। ସେହି ସମୟରେ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ଅନ୍ୟ ଏକ ବାଇକ ସହ ତାଙ୍କ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କାର ପ୍ରଭାବରେ ଚିନ୍ତାମଣି ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ ଏବଂ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ପ୍ରଥମେ କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଅନ୍ୟ ବାଇକ ଆରୋହୀ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

-------------

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande