ଭୁବନେଶ୍ୱର କଂଗ୍ରେସ ପକ୍ଷରୁ ମହମବତୀ ପଦଯାତ୍ରା ଓ ସତ୍ୟାଗ୍ରହ
ଭୁବନେଶ୍ୱର, ୨୫ ଜୁଲାଇ (ହି.ସ)- କେନ୍ଦ୍ର ସରକାରଙ୍କ ଶିକ୍ଷା ନୀତି ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ଶିକ୍ଷା କ୍ଷେତ୍ରରେ ବିଫଳତା ଓ ପରୀକ୍ଷା ପରିଚାଳନାରେ ଅନିୟମିତତା କାରଣରୁ ଲକ୍ଷ ଲକ୍ଷ ଯୁବକ ଓ ଛାତ୍ର ମାନଙ୍କର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । କଂଗ୍ରେସ ଦଳ ସର୍ବଦା ଯୁବ ଛାତ୍ର ମାନଙ
cong


ଭୁବନେଶ୍ୱର, ୨୫ ଜୁଲାଇ (ହି.ସ)- କେନ୍ଦ୍ର ସରକାରଙ୍କ ଶିକ୍ଷା ନୀତି ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ଶିକ୍ଷା କ୍ଷେତ୍ରରେ ବିଫଳତା ଓ ପରୀକ୍ଷା ପରିଚାଳନାରେ ଅନିୟମିତତା କାରଣରୁ ଲକ୍ଷ ଲକ୍ଷ ଯୁବକ ଓ ଛାତ୍ର ମାନଙ୍କର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । କଂଗ୍ରେସ ଦଳ ସର୍ବଦା ଯୁବ ଛାତ୍ର ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଲଢ଼େଇ କରିଆସିଛି । ପ୍ରତିବାଦ କାରଣରୁ କଂଗ୍ରେସ ନେତୃବୃନ୍ଦ ମାନଙ୍କୁ ଅମାନବୀୟ ଆକ୍ରମଣର ଶିକାର ହେବାକୁ ପଡ଼ିଛି । ମୋଦି ସରକାରରେ ଚାଲିଥିବା ଏହି ବିଫଳତା ପ୍ରତିବାଦରେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଶ୍ରୀ ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶକ୍ରମେ ଶନିବାର ସଂଧ୍ୟା ସମୟରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶାନ୍ତିପୂର୍ଣ୍ଣ “ମହମବତୀ ପଦଯାତ୍ରା ଓ ସତ୍ୟାଗ୍ରହ” ଜିଲ୍ଲା ସଭାପତି ପ୍ରକାଶଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ ଛକରେ ନୀରବ ସତ୍ୟାଗ୍ରହ ଓ ଧାରଣା ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଯୋଗ ଦେଇ ଯୁବକ ଓ ଛାତ୍ରମାନଙ୍କ ଯେତେ ପର୍ଯ୍ୟନ୍ତ ନ୍ୟାୟ ମିଳିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଭାରତ ବର୍ଷର ସମସ୍ତ ଯୁବ ଛାତ୍ରମାନଙ୍କୁ କ୍ଷମା ମାଗିବା ସହ ତୁରନ୍ତ ସେମାନେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଅରବିନ୍ଦ ଦାସ, କିଶୋର ଜେନା, ମନୋରଞ୍ଜନ ଦାସ, ସତ୍ୟବ୍ରତ ନାୟକ ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ଉକତ ସତ୍ୟାଗ୍ରହରେ ସାମଲି ହୋଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande