କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ୭ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ବିଜେପିରେ ଯୋଗଦାନ
ଭୁବନେଶ୍ୱର, ୨୫ ଜୁଲାଇ (ହି.ସ)- ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ସମେତ ୭ ଜଣ ଜିଲ୍ଲା ପରିଷଦ ସଦସ୍ୟ ବିଜୁ ଜନତା ଦଳ ପରିତ୍ୟାଗ କର
bjp


ଭୁବନେଶ୍ୱର, ୨୫ ଜୁଲାଇ (ହି.ସ)- ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ସମେତ ୭ ଜଣ ଜିଲ୍ଲା ପରିଷଦ ସଦସ୍ୟ ବିଜୁ ଜନତା ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।

ଶନିବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀ ସିଂହଦେଓଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ମହେନ୍ଦ୍ର ରଣା, ଶ୍ରୀମତୀ ଲିଲି ଦୀପ,ଜୟସେନ୍ ସାହୁ, ଶ୍ରୀମତୀ ସରିତା ମାଝୀ, ଶ୍ରୀ ଦୟାନିଧି ନାଏକ, ଶ୍ରୀମତୀ ନମ୍ରତା ସାହୁ, ଲୋକେଶ ସାହୁଙ୍କ ସମେତ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କୁନି ସାହୁ ପ୍ରମୁଖ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ବିଜେଡିର ପୂର୍ବତନ ଜିଲ୍ଲା ଉପସଭାପତି ଶ୍ରୀମତୀ ସୁଷମା ସାହୁ, ମଦନପୁର ଗ୍ରାମ ପଂଚାୟତ ସରପଂଚ ଶ୍ରୀମତୀ କେତକୀ ଦଣ୍ଡିଆ, ରେଗେଡା ସରପଂଚ ଦିପ୍ତୀରାଣୀ ସାହୁ, କଶ୍ରୁପଡା ସରପଂଚ ଅରୁଣ ନାୟକ, ହାତିଖୋଜ ସରପଂଚ ସୁନୀତା କୁମାର, କାଂଟେସିର ସରପଂଚ ମମତା ନାଗ, ପଂଚାୟତ ସମିତି ସଦସ୍ୟ ଶ୍ରୀ ତ୍ରିପୁରା ମାଝୀ, ବିଜେଡି ନେତା ନିଗମାନନ୍ଦ ସାହୁ, ରାମେଶ୍ୱର ସାହୁ, ପ୍ରଫୁଲ୍ଲ ସାହୁ, ବୁଧିରାମ ସାହୁ, ଟିକାଧର ସାହୁ, ଚୈତନ୍ୟ ମାଝୀ, ହରି ଧାରୁଆ, ରାଜେଶ ମାଝୀ, ସୁମନ୍ତ ନାଗ, ପ୍ରଦୀପ ସାହୁ, ଦେବରାଜ ରାଣା, ଅକ୍ଷୟ ସାହୁ, ମହେନ୍ଦ୍ର ଭୋଇ, ବରୁଣ ନାୟକ, ଆର୍ତତ୍ରାଣ ସିଂହ, ସୁଶାନ୍ତ ବାଗ, ବେଲଧର ଭୋଇ, ମିତ୍ରସେନ ଭୋଇ, ବୃନ୍ଦାବନ ସାହୁ, ସଂଗୀତ ଭୋଇ, ଲକ୍ଷପତି ରଣା, ସୁମନ୍ତ ପରିଡା, ଆଇନଜୀବି ଜୟକୁମାର ସିଂହଦେଓ, ନିରଞ୍ଜନ ନନ୍ଦ, ବୁଦ୍ଧିଜୀବି ସୁକ୍ରୁ ରଣା ପ୍ରମୁଖ ଶତାଧିକ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ନୂଆପଡା ଜିଲ୍ଲାର ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା, ମୁରଲୀଧର ଭୋଇ, ଉମା ଠାକୁର ଏବଂ କୋମନା ବ୍ଲକ ବିଜେଡି ସଭାପତି କ୍ଷମାସିଂହ ନିଆଲ ଓ ବରିଷ୍ଠ କଂଗ୍ରେସ ନେତା ତଥା ଜିଲ୍ଲା ସାଧାରଣ ସଂପାଦକ ବୃନ୍ଦାବନ ମହାନନ୍ଦ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି ।

ନୁଆ ଓଡ଼ିଶା ଗଠନରେ ସମସ୍ତେ ଯେପରି ଗୋଟିଏ ଗୋଟିଏ ଧର୍ମପଦ ହେବ ସେନେଇ ସମସ୍ତେ ଉଦ୍ୟମ କରିବା ଦରକାର । ଏଥିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୋଗଦେଇ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି ।

ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରିବା ସହ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ କରିଛନ୍ତି । ଏହି ଅବସରରେ ସାଂସଦ ଶ୍ରୀମତୀ ମାଳବିକା ଦେବୀ ଓ ଶ୍ରୀ ସୁଜିତ କୁମାର, ବିଧାୟକ ସୁଧୀର କୁମାର ପାଟ୍ଟଯୋଶୀ ଓ ଜୟ ଢୋଲକିଆ, ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା, ରାଜ୍ୟ ସଂପାଦକ ସରୋଜ କର, କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ୍ ଓ ଜିଲ୍ଲା ପ୍ରଭାରୀ ଆର୍ତତ୍ରାଣ ମହାପାତ୍ର, ପୂର୍ବତନ ସାଂସଦ ଅର୍କକେଶରୀ ଦେଓ, ପୂର୍ବତନ ବିଧାୟକ ହିତେଶ ବଗର୍ତୀ, ବରିଷ୍ଠ ନେତା ଯଦୁମଣି ପାଣିଗ୍ରାହୀ, ଶିବ ମୁଣ୍ଡ, ଲମ୍ବୋଧର ନିଆଲ, ପ୍ରସନ୍ନ ପାଢୀ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande