ଧର୍ମେନ୍ଦ୍ର ଇସ୍ତଫା ଦେଇନାହାନ୍ତି, ଦେଶର ଛାତ୍ରଛାତ୍ରୀ ତାଙ୍କୁ ବିଦା କଲେ : ଭକ୍ତ
- ନିତ୍ୟାନନ୍ଦଙ୍କୁ ବିଦା ନ କଲେ ଆନ୍ଦୋଳନ ଭୁବନେଶ୍ୱର, ୨୫ ଜୁଲାଇ (ହି.ସ)- ଦେଶର ଛାତ୍ରସମାଜର ନ୍ୟାୟୋଚିତ ଆନ୍ଦୋଳନ, ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଦଳର ଦେଶବ୍ୟାପି ବିକ୍ଷୋଭ ଯୋଗୁଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରଦାନ ଗଣତନ୍ତ୍ରର ବିଜୟ। ତେବେ ଏହା ପ୍ରକୃତରେ ଇସ୍ତଫା ନୁହେଁ, ଦେଶ
Bhakta Charan Das (File Photo)


- ନିତ୍ୟାନନ୍ଦଙ୍କୁ ବିଦା ନ କଲେ ଆନ୍ଦୋଳନ

ଭୁବନେଶ୍ୱର, ୨୫ ଜୁଲାଇ (ହି.ସ)- ଦେଶର ଛାତ୍ରସମାଜର ନ୍ୟାୟୋଚିତ ଆନ୍ଦୋଳନ, ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଦଳର ଦେଶବ୍ୟାପି ବିକ୍ଷୋଭ ଯୋଗୁଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରଦାନ ଗଣତନ୍ତ୍ରର ବିଜୟ। ତେବେ ଏହା ପ୍ରକୃତରେ ଇସ୍ତଫା ନୁହେଁ, ଦେଶର ଅଗଣିତ ଛାତ୍ରଛାତ୍ରୀଙ୍କ ଦ୍ୱାରା ତାଙ୍କର ବହିଷ୍କାର। ଏହା ଆରମ୍ଭ ମାତ୍ର ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଶନିବାର ଅପରାହ୍ଣରେ ଦିଲୀରୁ ଫେରି ସାମ୍ବାଦିକମାନଙ୍କୁ କହିଛନ୍ତି।

ଶ୍ରୀ ଦାସ କହିଥିଲେ, ନିଟ୍-ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ୨୪ ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଦେଶର ପ୍ରଧାନମନ୍ତ୍ରୀ ଅନୁତପ୍ତ ହୋଇନାହାନ୍ତି କି ଯନ୍ତରମନ୍ତରଠାରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଦମନଲୀଳା କରିଥିବା ପୁଲିସ ଅଧିକାରୀ ଓ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିନାହାନ୍ତି। ଦେଶର ଶିକ୍ଷାବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ାଇ ଦେଇଥିଲେ ମଧ୍ୟ ତା’ର ନିରାକରଣ ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ତେଣୁ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ କଂଗ୍ରେସ ଦଳର ଆନ୍ଦୋଳନ ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ଓଡ଼ିଶାର ସ୍କୁଲ୍ ପାଠ୍ୟପୁସ୍ତକରେ ୨୨ ଶହରୁ ଅଧିକ ଭୁଲ୍ କରି ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସରକାର ଅନ୍ଧକାର ମଧ୍ୟକୁ ଠେଲିଦେଇଥିଲେ ହେଁ ଗଣଶିକ୍ଷାମନ୍ତ୍ରୀ ଇସ୍ତଫା ସୁଦ୍ଧା ଦେଇନାହାନ୍ତି। ଯେ ପର୍ଯ୍ୟନ୍ତ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେଇନାହାନ୍ତି ସେ ଯାଏ ରାଜ୍ୟରେ କଂଗ୍ରେସ ଆହୁରି ଜୋରଦାର ଆନ୍ଦୋଳନ କରିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

କଂଗ୍ରେସ ଦଳ କେବଳ ମନ୍ତ୍ରୀଙ୍କ ଇସ୍ତଫା ଦାବି ନୁହେଁ, ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ସଂସ୍କାରିତ କରିବା ପାଇଁ ଆନ୍ଦୋଳନ କରିଚାଲିବ । ଜିଲ୍ଲା ଓ ବ୍ଲକ୍ ସ୍ତରରେ ଏଆଇସିସିର ନିର୍ଦ୍ଦେଶ କ୍ରମେ ପିସିସି ଘୋଷଣା କରିଥିବା ଆନ୍ଦୋନାତ୍ମକ କାର୍ଯ୍ୟକ୍ରମ ଧର୍ମେନ୍ଦ୍ରଙ୍କ ଇସ୍ତଫା ପରିପ୍ରେକ୍ଷୀରେ ସ୍ଥଗିତ ରହିବ କି ବୋଲି ସାମ୍ବାଦିକଙ୍କ ଉତରରେ ଶ୍ରୀ ଦାସ କହିଥିଲେ, ଏକାଧିକ ଦାବି ମଧ୍ୟରୁ ଧର୍ମେନ୍ଦ୍ରଙ୍କ ଇସ୍ତଫା ଅନ୍ୟତମ ଦାବି ଥିଲା। ଯେ ପର୍ଯ୍ୟନ୍ତ ସରକାର ସମସ୍ତ ଦାବିକୁ ମାନି ନ ନେଇଛନ୍ତି, ସେ ଯାଏ ସମସ୍ତ କାର୍ଯ୍ୟକ୍ରମ ପୂର୍ବଭଳି ଚାଲିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande