ଲାଲଟିକ୍ରା ଠାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
ବଲାଙ୍ଗୀର, ୨୫ ଜୁଲାଇ(ହି.ସ.) – ଆଦ୍ୟ ତାରିଖ ୨୫ ଜୁଲାଇ ୨୦୨୬ ଦିନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡ଼ା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ଶିବିର ଲାଲଟିକ୍ରା ବଲାଙ୍ଗୀର ଠାରେ ଅନୁଷ୍ଠିତ ହେଇଥିଲା। ଏହି ସ୍ୱାସ୍ଥ୍ୟ ଶିବି
ଲାଲଟିକ୍ରା ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର ।

ବଲାଙ୍ଗୀର, ୨୫ ଜୁଲାଇ(ହି.ସ.) – ଆଦ୍ୟ ତାରିଖ ୨୫ ଜୁଲାଇ ୨୦୨୬ ଦିନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡ଼ା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ଶିବିର ଲାଲଟିକ୍ରା ବଲାଙ୍ଗୀର ଠାରେ ଅନୁଷ୍ଠିତ ହେଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରରେ ମାଗଣା ଔଷଧ ଓ ମାଗଣା ରକ୍ତ ପରୀକ୍ଷା କରାଯିବା ସହ ଡାକ୍ତର ପରାମର୍ଶ ସେବା ଯୋଗାଇ ଦିଆଯାଇଥିଲା। ଏହି ଶିବିରରେ ସ୍ଥାନୀୟ ଆଶା କର୍ମୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଷ୍ଟାଫ୍ ଯୋଗ ଦେଇଥିଲେ। ଏହି ସ୍ୱାସ୍ଥ୍ୟ ଶିବିରରେ ଭୀମଭୋଇ ମେଡ଼ିକାଲ କଲେଜର ଡାକ୍ତର ଅଶୋକ କୁମାର ମହାକୁର, ଡାକ୍ତର ସୋମନାଥ ସାହୁ, ଡାକ୍ତର ସୌମିତ୍ର ସାହୁ ଓ ଡାକ୍ତର ଛନ୍ଦା ଚରଣ ନନ୍ଦ ଏବଂ ରାଜେନ୍ଦ୍ର ଯୁବକ ସଂଘର ପରିଚାଳକ ରାଜେନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ। ଏହି ସ୍ୱାସ୍ଥ୍ୟ ଶିବିରଟିକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ତରଫରୁ ଏ.ପି.ଏମ୍. ରାମାନୁଜ ପଣ୍ଡା ଓ ୟୁ.ଡି.ଏମ୍. ଅନିଲ କୁମାର ମହାକୁର ତଦାରଖ କରିଥିଲେ। ଏହି ସ୍ୱାସ୍ଥ୍ୟ ଶିବିରରେ ୧୦୮ରୁ ଉର୍ଦ୍ଧ୍ୱ ବରିଷ୍ଠ ରୋଗୀ ମାଗଣା ସେବା ଲାଭ କରିଥିଲେ। ଉକ୍ତ ସ୍ୱାସ୍ଥ୍ୟ ଶିବିରଟି ସୂଚାରୁ ରୂପେ ପରିଚାଳିତ ହେଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande