୧୩ଶ ଜୟ ହିନ୍ଦ ଲିଗ୍ ନକଆଉଟ୍ ମ୍ୟାଚ୍ : କୁଚିଣ୍ଡା ବିଏଫସି ର ରୋମାଞ୍ଚକର ବିଜୟ
Kunchinda b f c win the match
Bfc win


ଝାରସୁଗୁଡ଼ା,୨୫ ଜୁଲାଇ (ହି.ସ.)- ଝାରସୁଗୁଡ଼ା ସହରର ମନମୋହନ ପଡ଼ିଆରେ ଅନୁଷ୍ଠିତ ୧୩ଶ ଜୟ ହିନ୍ଦ ଲିଗ୍ ନକଆଉଟ୍ ମ୍ୟାଚ୍ ରେ ଶନିବାର କୁଚିଣ୍ଡା ବିଏଫସି ୧-୦ ଗୋଲ୍ ରେ ସୁନ୍ଦରଗଡ଼ ଗୋଇଜୋରକୁ ପରାସ୍ତ କରି ବିଜୟ ହାସଲ କରିଛି। ପ୍ରଥମାର୍ଦ୍ଧ ଖେଳ ୦-୦ ରେ ଶେଷ ହୋଇଥିବା ବେଳେ ଦ୍ୱିତୀୟାର୍ଦ୍ଧରେ କୁଚିଣ୍ଡା ବିଏଫ୍ସି ୧୦ ନମ୍ବର ଜର୍ସି ଖେଳାଳି ଅବଦୁଲ ଜୁନିୟର ନିର୍ଣ୍ଣାୟକ ଗୋଲ୍ ଦେଇ ଦଳକୁ ବିଜୟୀ କରାଇଥିଲେ। ନିଜର ଚିତ୍ତାକର୍ଷକ ପ୍ରଦର୍ଶନ ପାଇଁ ଅବଦୁଲ ଜୁନିୟର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ମ୍ୟାଚ୍ ରେ ବିଶ୍ୱ ହିନ୍ଦୁ ପରିଷଦ ପଶ୍ଚିମ ଓଡ଼ିଶା ପ୍ରାନ୍ତର କାର୍ଯ୍ୟକାରୀ ସଭାପତି ଅଶୋକ ଗାନ୍ଧୀ ଏବଂ ମୁନ୍ଦ୍ରା ଫ୍ୟାଶନ୍ ମାର୍ଟର ପ୍ରୋପ୍ରାଇଟର ଶିବ ପ୍ରତାପ ମୁନ୍ଦ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ମ୍ୟାଚ୍ ରେ ସରତ କିସାନ ମୁଖ୍ୟ ରେଫରୀ, ଲେଲିନ ପଟେଲ ଓ ଅମିତ କୁମାର ବାଘ ଲାଇନ୍ ରେଫରୀ ଏବଂ ସଞ୍ଜୟ କିସାନ ଚତୁର୍ଥ ରେଫରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande