
ଝାରସୁଗୁଡ଼ା, ୨୫ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲା କିର୍ମିରା ବ୍ଲକ୍ ଅନ୍ତର୍ଗତ ବାଗଡିହି ଗ୍ରାମର ରାକେଶ ବାଧାନ ଓ ତୃପ୍ତି ବାଧାନଙ୍କ ସୁପୁତ୍ର କୁନାଲ ବାଧାନ ଚଳିତ ବର୍ଷର ନିଟ୍ ପରୀକ୍ଷାରେ ୯୯.୫୫ ପ୍ରତିଶତ ସ୍କୋର ହାସଲ କରି ଅଞ୍ଚଳ ତଥା ଝାରସୁଗୁଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି ଉଲ୍ଲେଖନୀୟ ସଫଳତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି।
ଆଜି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କୁନାଲଙ୍କ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ୍ କରି ଫୁଲତୋଡ଼ା ଓ ଉପହାର ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସେ କୁନାଲଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ସୁସ୍ଥ ଜୀବନ ଏବଂ ଆଗାମୀ ଦିନରେ ଆହୁରି ଅଧିକ ସଫଳତା କାମନା କରିଥିଲେ। ସେହିପରି କୁନାଲଙ୍କ ଏହି ସଫଳତା ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାଦାୟକ ବୋଲି ବିଧାୟକ ମତ ପ୍ରକାଶ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ