ନିଶା ମୁକ୍ତ ଭାରତ ଗଠନରେ ଯୁବ ଶକ୍ତିର ଭୂମିକା କାର୍ଯ୍ୟକ୍ରମ
Nisha mukt Abhiyan in Phulbani by My Bharat
ଫୋଟ


କନ୍ଧମାଳ, ୨୫ ଜୁଲାଇ (ହି.ସ.)- ଫୁଲବାଣୀ ମାଇଁ ଭାରତ କନ୍ଧମାଳ ତରଫରୁ ନିଶା ମୁକ୍ତ ଭାରତ ଗଠନରେ ଯୁବ ଶକ୍ତିର ଭୂମିକା କାର୍ଯ୍ୟକ୍ରମ, ଫୁଲବାଣୀ ବି ଇ ଡି କଲେଜ ଠାରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରବେଶନାଲ ଆଇ ଏ ଏସ ଜସ କିରଣ ସିଂ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷାବିତ ନବ କିଶୋର ରଥ, ବରିଷ୍ଠ ଆଇନଜିବୀ ବିଜୟ କୃଷ୍ଣ ପଟ୍ଟନାୟକ, ଆଇନଜିବୀ ମନୋଜ କୁମାର ପଟ୍ଟନlୟକ, ସିଟି କଲେଜର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର, ବି ଏ ଡ କଲେଜର ପୂର୍ବତନ ଅଧ୍ୟକ୍ଷ ମଧୁପ ସୁନା ଏବଂ ମାଇଁ ଭାରତ ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ପ୍ରଶାନ୍ତ କୁମାର, ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୂଖ ଯୋଗ ଦେଇଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମରେ ତିନି ଶହରୁ ଉର୍ଦ୍ଧ ଯୁବକ ଯୁବତୀ ଅଂଶଗ୍ରହଣ କରିଥଲେ l ଏହି କାର୍ଯ୍ୟକ୍ରମରେ ଲୋକ ନୃତ୍ଯ, ଲୋକ ଗୀତ, ବକୃତା, ଚିତ୍ରାଙ୍କନ, ସ୍ଲୋଗାନ ରାଇଟିଙ୍ଗ, ପଥପ୍ରାନ୍ତ ନାଟକ, କବିତା, ରିଲ ଇତ୍ୟାଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l ଉପସ୍ଥିତ ସମସ୍ତ ଅତିଥି ଏବଂ ଭାଇ ଓ ଭଉଣୀ ମାନେ ଦସ୍ତଖତ ଅଭିଯାନ ମଧ୍ୟ କରିଥଲେ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମର ମୂଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ ଏବଂ ଶପଥ ପାଠ ମଧ୍ୟ କରାଇଥିଲେ l ବିଭିନ୍ନ ପ୍ରତିଯୋଗତାରେ ଵିଜୟୀ ପ୍ରତିଯୋଗି ମାନଙ୍କୁ ମୂଖ୍ୟ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଏହି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ l

ବୈଠକରେ ମାଇଁ ଭାରତ ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳ ବେହେରା ମୂଖ୍ୟ ଅତିଥି, ସମ୍ମାନୀତ ଅତିଥି ଓ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ମନୋଜ ପଟ୍ଟନlୟକ ଧନ୍ୟବାଦ ଅର୍ପଣ କରିଥଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande